‘ସମାଜ’ ପ୍ରଭାବ : ନୂଆ ରୂପରେଖ ନେଲା ଆଖଣ୍ଡଳମଣିଙ୍କ ରତ୍ନପଲଙ୍କ

ଆରଡି : ଦୀର୍ଘ କିଛିବର୍ଷ ହେବ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ପ୍ରଶାସନିକ ଅଣଦେଖା ଯୋଗୁ ବାବା ଆଖଣ୍ଡଳମଣି ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା ସର୍ବପ୍ରଥମେ ଦୈନକ ‘ସମାଜ’ରେ ପ୍ରକାଶ ପାଇଥିଲା। ଏହା ପରେ ମନ୍ଦିର ଓ ଜିଲାପ୍ରଶାସନ ତପ୍ତରତା ଦେଖା ଦେବା ସହିତ ତୁରନ୍ତ ମରାମତି ପାଇଁ ଭଦ୍ରକ ଜିଲାପାଳ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେବା ସହିତ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଜଣାଇଥିଲେ। ଏପରିକି ଉକ୍ତ ରତ୍ନପଲଙ୍କକୁ ମନ୍ଦିର ଗମ୍ଭୀରାଘରୁ ଅଣାଯାଇ ନାଟମଣ୍ଡପରେ ରଖାଯିବା ସହିତ ମହାରଣା ସେବାକାରିଙ୍କ ପକ୍ଷରୁ ତନତନ ଯାଞ୍ଚ କରାଯାଇଥିଲା। ମଣିବାବାଙ୍କ ରତ୍ନପଲଙ୍କ ୮୦ଭାଗ ନଷ୍ଟ ହୋଇଥିବା ମହାରଣା ସେବାକାରିଙ୍କ ନିକଟରୁ ଖବର ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନପଲଙ୍କର ମରାମତି ନିମନ୍ତେ ସମସ୍ତ ପ୍ରକାର ଜିନିଷ ଯୋଗାଇ ଦିଆଯାଇଥିଲା। ଦୀର୍ଘ ୩ମାସ ଧରି ମହାରଣା ସେବାକାରୀଙ୍କ ପକ୍ଷରୁ ମରାମତି ନିମନ୍ତେ କାର୍ଯ୍ୟ ଚାଲିବା ପରେ ବୁଧବାର ନୂଆ ରୂପରେଖ ନେଇଛି ମଣିବାବାଙ୍କ ରତ୍ନପଲଙ୍କ। ଏପରିକି ପଲଙ୍କ ମରାମତି ଠାରୁ ଶେଷ ପ୍ରର୍ଯ୍ୟାୟ ପ୍ରର୍ଯ୍ୟନ୍ତ ଲଗାତାର ଦୈନିକ ସମାଜ ଖବର ପ୍ରକାଶ କରିବା ଦ୍ୱାରା ମଣିବାବାଙ୍କ ରତ୍ନପଲଙ୍କ ନୂଆ ରୂପରେଖ ନେଲା ବୋଲି ମନ୍ଦିରର ବରିଷ୍ଠ ସେବାୟତ ଓ ଭକ୍ତ ମହାସଂଘ ପ୍ରକାଶ କରିଛି।

 

kalyan agarbati

Comments are closed.