www.samajalive.in
Sunday, December 14, 2025
19.1 C
Bhubaneswar

ଘରୋଇ କ୍ଷେତ୍ରରୁ ୩୧ଜଣଙ୍କୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରେ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ପୁନର୍ବାର ଘରୋଇ କ୍ଷେତ୍ରରୁ ୩୧ଜଣଙ୍କୁ ସିଧାସଳଖ ବିଭିନ୍ନ ସରକାରୀ ବିଭାଗରେ ୩ ଯୁଗ୍ମ ସଚିବ, ୯ ଉପସଚିବ ଓ ୧୯ ନିର୍ଦେଶକ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି। ସଂଘୀୟ ଲୋକସେବା ଆୟୋଗ ମାଧ୍ୟମରେ ଏମାନଙ୍କୁ ବରିଷ୍ଠ ପ୍ରଶାସନିକ ସେବା ପଦରେ ନିଯୁକ୍ତି ଦିଆଯାଇଛି। ଏହି ୩୧ଜଣଙ୍କୁ କୃଷି, ଅର୍ଥ, ଆଇନ, ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଶିକ୍ଷା, ଜଳ ଶକ୍ତି, ସ୍ବାସ୍ଥ୍ୟ, ସଡ଼କ ପରିବହନ, ପରିବେଶ, ଜଙ୍ଗଲ, ଦକ୍ଷତା ବିକାଶ, ଇସ୍ପାତ, ଖଣି, ନଗର ଉନ୍ନୟନ ଇତ୍ୟାଦି ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଛି। ଏମାନଙ୍କୁ ତିନି ବର୍ଷିୟା ଠିକା ନିଯୁକ୍ତି ଦିଆଯାଇଥିବାବେଳେ ଏହାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। ୨୦୨୦ ଫେବୃଆରୀ ୧୪ ଓ ୨୦୨୧ ଫେବୃଆରୀ ୧୨ରେ ସରକାର ୩ ଯୁଗ୍ମ ସଚିବ, ୨୭ ନିର୍ଦେଶକ, ୧୩ ଉପସଚିବଙ୍କୁ ଏଭଳି ନିଯୁକ୍ତି ଦେଇଥିଲେ। ପ୍ରଥମ କରି ୨୦୧୮-୧୯ରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ଏବଂ ସେ ବର୍ଷ ୮ଜଣଙ୍କୁ ଯୁଗ୍ମ ସଚିବ ପଦରେ ପ୍ରତ୍ୟକ୍ଷ ନିଯୁକ୍ତି ମିଳିଥିଲା। ସେମାନଙ୍କ ମଧ୍ୟରୁ ଏବେ ୭ ଜଣ କାର୍ଯ୍ୟରତ ଅଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories