www.samajalive.in
Saturday, December 6, 2025
14.1 C
Bhubaneswar

ବିଚାରପତି ନିଯୁକ୍ତିରେ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଅଗ୍ରାଧିକାର ମିଳୁ – ସରକାର

ଦେଶର ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ନ ଥିଲେ ମଧ୍ୟ ସେହି ପଦବୀରେ ନିଯୁକ୍ତି ନିମନ୍ତେ ସୁପାରିଶ ସମୟରେ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଅଗ୍ରାଧିକାର ଦେବାକୁ ସରକାର ଚାହୁଁଥିବା ଜଣାପଡିଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସୁପ୍ରିମକୋର୍ଟରେ ୩୪ଟି ସ୍ୱୀକୃତ ପଦବୀ ମଧ୍ୟରୁ ୪ଟିରେ ଏବଂ ହାଇକୋର୍ଟ ଗୁଡିକରେ ୧୦୧୯ଟି ସ୍ୱୀକୃତ ପଦବୀ ମଧ୍ୟରୁ ୮୩ଟିରେ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି।

ସେ କହିଛନ୍ତି ଯେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ କିନ୍ତୁ ଏହି ପଦବୀ ପୂରଣ ପାଇଁ କଲେଜିଅମ ସୁପାରିଶ କରୁଥିବା ବେଳେ ମହିଳା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ପ୍ରଥମିତ ଦେବା ଆବଶ୍ୟକ। ସେ କହିଛନ୍ତି ଯେ ବିଚାରପତି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମସ୍ତ ବର୍ଗର ଲୋକଙ୍କ ସମାନ ପ୍ରତନିଧିତ୍ୱ ରହିବା ଜରୁରୀ ବୋଲି ସରକାର ଚାହାନ୍ତି। ଅନ୍ୟପକ୍ଷରେ ପାଟଣା ଉଚ୍ଚ ନ୍ୟାୟାଳୟରେ ଜଣେ ମଧ୍ୟ ମହିଳା ବିଚାରପତି ନ ଥିବା ନେଇ ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ସେ ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ଲେଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories