www.samajalive.in
Saturday, December 6, 2025
15.1 C
Bhubaneswar

‘ଗଙ୍ଗୁବାଈ କାଠିଆୱାଡ଼ି’: ସାମ୍ନାକୁ ଆସିଲା ଅଜୟଙ୍କ ପ୍ରଥମ ଲୁକ୍‌, ଆସନ୍ତାକାଲି ଟ୍ରେଲର…

ମୁମ୍ବଇ: ସଞ୍ଜୟ ଲୀଲା ଭଂସାଲୀ ନିର୍ଦେଶିତ ଓ ଆଲିଆ ଭଟ୍ଟ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ରୁ ଅଜୟ ଦେବଗନଙ୍କ ପ୍ରଥମ ଲୁକ୍‌ ଗୁରୁବାର ସାମ୍ନାକୁ ଆସିଛି। ଫିଲ୍ମର ନୂଆ ପୋଷ୍ଟରକୁ ଭଂସାଲୀ ପ୍ରଡକ୍ସନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ଟ୍ରେଲର ରିଲିଜ୍‌ ତାରିଖ ଓ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତାକାଲି ଫିଲ୍ମର ଟ୍ରେଲର ଓ ଚଳିତ ମାସ ୨୫ ତାରିଖରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।

- Advertisement -

ପୋଷ୍ଟରରେ ଅଜୟ କୋଟ୍, ପେଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ସହ ମୁଣ୍ଡରେ ଟୋପି ଓ କଳା ଚଷମା ମଧ୍ୟ ପିନ୍ଧିଛନ୍ତି। ଫଟୋରେ ସେ ଷ୍ଟାଇଲିସ୍‌ ଅନ୍ଦାଜରେ ଚଷମା ଧରି ପୋଜ୍‌ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories