ନୂଆଦିଲ୍ଲୀ : ଆପଲର ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ‘ଆଇପ୍ୟାଡ ପ୍ରୋ ୨୦୧୮’ ସହିତ ଏକ ନୂଆ ମ୍ୟାକ୍ ମିନି ଲଞ୍ଚ କରିଛି। ୨୦୧୪ ମସିହା ପରେ ପ୍ରଥମଥର ପାଇଁ ମ୍ୟାକ ମିନିର ଡିଜାଇନ୍ରେ କମ୍ପାନୀ ତରଫରୁ ପରିବର୍ତ୍ତନ କରାଯାଇଛି। କମ୍ପାନୀର କହିବାକଥା ଏହା ପୂର୍ବ ତୁଳନାରେ ୫ଗୁଣା ଅଧିକ ସ୍ପିଡ ହେବ। ଏଥିରେ ୬ କୋର ପ୍ରୋସେସର ରହିଛି। ଏବଂ ଏଥିରେ ଗ୍ରାହକ ୬୪ଜିବି ପର୍ଯ୍ୟନ୍ତ ରାମ ପାଇପାରିବେ। କିନ୍ତୁ ଭାରତରେ ଏହା କେବଳ ୮ଜିବି ରାମ ମଡେଲରେ ଆସିବ। ଏଥିରେ ୨ଜିବି ପର୍ଯ୍ୟନ୍ତ ଇନବିଲ୍ଟ ଷ୍ଟୋରେଜ ମିଳିବ।
ଭାରତରେ ‘ମ୍ୟାକ ମିନି’ର ମୂଲ୍ୟ
ଆମେରିକାରେ ଏହାର ମୂଲ୍ୟ ୫୮,୮୦୦ ଟଙ୍କା ହୋଇଥିଲାବେଳେ ଭାରତରେ ଏହାର ମୂଲ୍ୟ ୭୫୦୦୦ ଟଙ୍କା। ଆମେରିକାରେ ଏହାର ବିକ୍ରି ନଭେମ୍ବର ୭ତାରିଖରୁ ହେବ। ସେହିଭଳି ଭାରତରେ ଡିସେମ୍ବର ମାସ ଶେଷ ଶୁଦ୍ଧା ବଜାରକୁ ଆସିବ।
ମ୍ୟାକ ମିନିର ବିଶେଷତ୍ୱ
ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ କ୍ୱାଡ-କୋର କିମ୍ବା ୬-କୋର ୮ମ ଜେନେରେସନର ଇଣ୍ଟେଲ କୋର ପ୍ରୋସେସର ଦିଆଯାଇଛି। ଯାହାର କ୍ଲାକ ସ୍ପିଡ ୪.୬ଜିଏଚ୍ଜେଡ। ଏଥିରେ ୬୪ଜିବି ପର୍ଯ୍ୟନ୍ତ ରାମ ଏବଂ ୨ଟିବି ପର୍ଯ୍ୟନ୍ତ ଷ୍ଟୋରେଜ ମଳିବ। କିନ୍ତୁ ଭାରତରେ କେବଳ ୧୨୮ ଜିବି ଏବଂ ୨୫୬ ଜିବିର ଦୁଇଟି ମଡେଲ ମିଳିବ।
ଏଥିରେ ଅନେକଗୁଡିଏ ପୋର୍ଟ ଦିଆଯାଇଛି ଯେଉଁଥିରୁ ୪-ଥଣ୍ଡରବୋଲ୍ଡ ପୋର୍ଟ, ୩-ୟୁଏସବି ଟାଇପ-ସି ପୋର୍ଟ, ୧ ଏଚ୍ଡିଏମ୍ଆଇ ୨.୦ପୋର୍ଟ, ୨ୟୁଏସବି ଟାଇପ ଏ ପୋର୍ଟ, ୧ଅଡିଓ ଜ୍ୟାକ୍ ଏବଂ ୧ଗିଗାବାଇଟ ଇଥରନେଟ ପୋର୍ଟ ରହିଛି। ମ୍ୟାକ ମିନିରେ ଇଣ୍ଟେଲର ୟୁଏଚ୍ଡି ଗ୍ରାଫିକ୍ସ ୬୩୦, ଓୟାରଲେସ କନେକ୍ଟିଭିଟି, ବ୍ଲୁଟୁଥ ଭି ୫.୦ ଦିଆଯାଇଛି।
ଖୁବଶୀଘ୍ର ବଜାରକୁ ଆସିବ ‘ଆପଲ ମ୍ୟାକ୍ ମିନି ୨୦୧୮’
Popular Categories



