www.samajalive.in
Saturday, December 13, 2025
26.1 C
Bhubaneswar

ମିରଟ୍‍ ହତ୍ୟାକାଣ୍ଡ: ୧୬ ପୂର୍ବତନ ପୁଲିସ୍‍ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବୁଧବାର ୩୧ ବର୍ଷ ତଳର ବହୁ ଚର୍ଚ୍ଚିତ ମିରଟ୍‍ ହତ୍ୟାକାଣ୍ଡ ମାମଲାରେ ୧୬ ଜଣ ପୂର୍ବତନ ପୁଲିସ୍‍ କର୍ମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶ ମିରଟ୍‍ର ହଶିମପୁରାଠାରେ ୧୯୮୭ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪୨ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଟ୍ରାୟଲ କୋର୍ଟ ସମସ୍ତ ଅଭିଯୋଗଙ୍କୁ ଦୋଷ ମୁକ୍ତ କରିଦେଇଥିଲେ। ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ଆସିଥିଲା। ହାଇକୋର୍ଟ ଗଣହତ୍ୟା ବା ନରସଂହାର ବଦଳରେ ହତ୍ୟା ଶବ୍ଦର ପ୍ରୟୋଗ କରିଥିଲେ। ବିଚାରପତି ଜଷ୍ଟିସ୍‍ ଏସ୍‍. ମୂରଲୀଧର ଏବଂ ଜଷ୍ଟିସ୍‍ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଆଇପିସି ଧାରାରେ ଉତ୍ତରପ୍ରଦେଶ ଆଞ୍ଚଳିକ ସଶସ୍ତ୍ର କନଷ୍ଟେବଳ (ପିଏସି)ର ୧୬ ଜଣ ପୂର୍ବତନ ପୁଲିସ୍‍ କର୍ମୀଙ୍କୁ ହତ୍ୟା, ଅପରହଣ, ଅପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଉଦ୍ୟମରେ ଦୋଷୀ ପାଇଥିଲେ। ସମସ୍ତ ଅଭିଯୁକ୍ତ ଅବସର ଗ୍ରହଣ କରିସାରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୧୫ ମାର୍ଚ୍ଚ ୨୧ରେ ପ୍ରମାଣ ଅଭାବରୁ ଟ୍ରାୟଲ କୋର୍ଟ ୧୬ ପୁଲିସ୍‍ କର୍ମୀଙ୍କୁ ଦୋଷମୁକ୍ତ କରି ରାୟ ପ୍ରଦାନ କରିଥିଲେ। ଏଥିରେ ୧୯ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ପ୍ରମାଣ ନଷ୍ଟ ଉଦ୍ୟମ ଏବଂ ଅପରାଧିକ ଷଡ଼ଯନ୍ତ୍ର ଧାରାରେ ଅଭିଯୋଗ ଫର୍ଦ ରୁଜୁ ହୋଇଥିଲା।
ଟ୍ରାୟଲ କୋର୍ଟଙ୍କ ରାୟ ବିରୋଧରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‍ଏଚ୍‍ଆରସି) ଓ ଗଣହତ୍ୟାର ପୀଡ଼ିତମାନେ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସେପ୍ଟେମ୍ବର ୬ରେ ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ଏହାର ରାୟ ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories