www.samajalive.in
Thursday, December 11, 2025
16.1 C
Bhubaneswar

ରାୟଗଡ଼ାରୁ ‘ଜିଓ ଡିଜିଟାଲ୍‍ ଯାତ୍ରା’ ଆରମ୍ଭ

ଭୁବନେଶ୍ୱର/ରାୟଗଡ଼ା : ଜିଓ ଡିଜିଟାଲ୍‍ ଲାଇଫ୍‍ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରାରେ ଡିଜିଟାଲ୍‍ ବିପ୍ଳବ ଆଣିବା ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ପୁନଃ ସଂସ୍ଥାପିତ କରିବା ପରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍‍ ସେବା ପ୍ରଦାନ କାରୀ ଜିଓ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏକ ସଚେତନତା ତଥା ଡିଜିଟାଲ୍‍ ସାକ୍ଷରତା କ୍ୟାମ୍ପେନ୍‍ ଆରମ୍ଭ କରିଛି। ‘ଜିଓ ଡିଜିଟାଲ୍‍ ଯାତ୍ରା’ ଶୀର୍ଷକ ଏହି କ୍ୟାମ୍ପେନ୍‍ର ଅଂଶ ସ୍ୱରୂପ ରାୟଗଡ଼ା ଜିଲାର ୫ଟି ବ୍ଲକ ଅଂଚଳରେ ଗ୍ରାମବାସୀ ବିଶେଷତଃ କୃଷକ ଓ ଛାତ୍ରଛାତ୍ରୀ ଉନ୍ନତ ଜୀବନଧାରଣ ପାଇଁ ଡିଜିଟାଲ୍‍ ସେବାର ବିବିଧ ଉପଯୋଗ ସମ୍ପର୍କରେ ସଚେତନ ହେବେ। ଏଥିସହ ସେମାନଙ୍କ ଦୈନନ୍ଦିନ ଜୀବନରେ ଉପାଦେୟ ଡିଜିଟାଲ୍‍ ସୂଚନା ସମ୍ପର୍କରେ ସେମାନଙ୍କୁ ସଶକ୍ତ କରାଯିବ। ଏହାଛଡ଼ା ଇଂଟରନେଟ୍‍ରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଏବଂ ପରିମଳ ସମ୍ପର୍କିତ ଶ୍ରେଷ୍ଠ ଅଭ୍ୟାସ ସମ୍ପର୍କରେ ନମୁନା ପ୍ରଦର୍ଶନ ମାଧ୍ୟମରେ ନିରାପଦ ଅଭ୍ୟାସ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଅଭିପ୍ରେତ।
ଏହି ‘ଜିଓ ଡିଜିଟାଲ୍‍ ଯାତ୍ରା’ କ୍ୟାମ୍ପେନ୍‍ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍‍ର ଯାନ ଆଜି ରାୟଗଡ଼ା ଜିଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଇଏଏସ୍‍) ଏବଂ ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ସୁଜାତା ବାଗ୍‍ଙ୍କ ଦ୍ୱାରା ରାୟଗଡ଼ା ଡିଆରଡିଏ ଅଫିସ୍‍ ସମ୍ମୁଖରୁ ଶୁଭାରମ୍ଭ କରାଯାଇଛି।
ପ୍ରାୟ ୧୦ ଦିନର ଏହି ଯାତ୍ରାରେ କୋଲ୍‍ନାରା, ମୁନିଗୁଡ଼ା, ଗୁଡ଼ାରୀ ଏବଂ ପଦ୍ମପୁର ସମେତ ରାୟଗଡ଼ା ଜିଲାର ୪ଟି ବ୍ଲକର ୯ଟି ଗାଁକୁ ସାମିଲ କରାଯିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories