www.samajalive.in
Thursday, December 11, 2025
16.1 C
Bhubaneswar

ଚାରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ ବୁଧବାର ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ହେମନ୍ତ ଗୁପ୍ତା, ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଆର ସୁଭାଷ ରେଡ୍ଡୀ, ପାଟନା ହାଇକୋର୍ଟ ମୁଖ୍ୟ ବିଚାପତି ଜଷ୍ଟିସ୍‍ ଏମ୍‍.ଆର୍‍. ଶାହା ଏବଂ ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଅଜୟ ରସ୍ତୋଗୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରାଯାଇଛି।
କଲେଜିୟମଙ୍କ ସୁପାରିଶ ଅନୁସାରେ ସୁପ୍ରିମକୋର୍ଟରେ ମୋଟ ୩୧ଟି ବିଚାରପତି ପଦରୁ ୭ଟି ପଦ ଖାଲି ପଡ଼ିଛି। ଅର୍ଥାତ ଏବେ ୨୪ ଜଣ ବିଚାରପତି କାର୍ଯ୍ୟ ତୁଳାଉଛନ୍ତି। ତେଣୁ ଖାଲି ପଡ଼ିଥିବା ପଦଗୁଡ଼ିକୁ ପୂରଣ କରିବା ପାଇଁ ସୁପାରିଶ କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୨ରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତରେ ବିଚାରପତି ପଦ ଖାଲି ପଡ଼ିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୁପ୍ରିମକୋର୍ଟ ଏନେଇ ୨୪ ହାଇକୋର୍ଟ ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ। ନିମ୍ନ ଅଦାଲତ ଗୁଡ଼ିକରେ ୫୦୦୦ରୁ ଊର୍ଦ୍ଧ୍ବ ବିଚାରପତି ପଦ ଖାଲି ପଡ଼ିଛି। ସଂସଦରେ ଆଲୋଚନା ପାଇଁ ଗତ ମାର୍ଚ୍ଚରେ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ମୁତାବକ ଭାରତରେ ବିଚାରପତି ଏବଂ ଜନସଂଖ୍ୟାରୁ ଅନୁପାତ ପ୍ରତି ୧୦ ଲକ୍ଷରେ ୧୯.୪୬ ରହିଛି। ଅର୍ଥାତ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୧୯ ଜଣ ବିଚାରପତି ଅଛନ୍ତି।
ଅନ୍ୟ ଏକ ଘଟଣାକ୍ରମେ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‍ ଶତ୍ରୁଘ୍ନ ପୁଜାହାରୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୧୭ ନଭେମ୍ବର ୨୩ରୁ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। କଲେଜିୟମର ସୁପାରିଶ କ୍ରମେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ଅଣାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories