www.samajalive.in
Tuesday, December 9, 2025
16.1 C
Bhubaneswar

ଆମିକସ୍‌ କ୍ୟୁରି ଅସୁସ୍ଥ ; ଶ୍ରୀମନ୍ଦିର ମାମଲାର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ : ପୁରୀ ବନ୍ଦ ବେଳେ ହୋଇଥିବା ହିଂସାକାଣ୍ଡ ଏବଂ ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀ ଜୋତା ପିନ୍ଧି ପ୍ରବେଶ କରିବା ମାମଲାର ଶୁଣାଣୀ ବୁଧବାର ସୁପ୍ରିମକୋର୍ଟରେ ସ୍ଥଗିତ ରହିଛି । ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଅସୁସ୍ଥତା କାରଣରୁ ଶୁଣାଣୀକୁ  ଘୁଞ୍ଚାଇ ଦିଆଯାଇଛି। ସୁବ୍ରମଣ୍ୟମ୍‌ଙ୍କ ଅନୁପସ୍ଥିତି ଯୋଗୁଁ ସୁପ୍ରିମକୋର୍ଟ ମାମଲାର ଶୁଣାଣୀ ଘୁଞ୍ଚାଇ ଦେଇଛନ୍ତି। ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ବିଚାରପତି ମଦନ ବି ଲୋକୁର, ଏସ୍‌ ଏ ନାଜିର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ମାମଲାର ଶୁଣାଣି ହେବାର ଥିଲା । ତେବେ ଅସୁସ୍ଥତା ଯୋଗୁ ଶୁଣାଣି  ସ୍ଥଗିତ ରଖିବାକୁ ଅମିକସ କ୍ୟୁରି ଆବେଦନ କରିଥିଲେ । ସେଥିପାଇଁ ଆଜି ଶୁଣାଣୀକୁ ଖଣ୍ଡପୀଠ ସ୍ଥଗିତ କରିଛନ୍ତି ।

- Advertisement -

ସୂଚନା ଯୋଗ୍ୟ ସମାଜସେବୀ ତଥା ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଉପରେ ଚଳିତ ମାସ ୧୦ ତାରିଖରେ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ସଂସ୍ଥା ଦ୍ୱାରା ସୁପ୍ରିମକୋର୍ଟରେ ତ୍ୱରିତ ଆବେଦନ ଦାଖଲ କରାଯାଇଥିଲା । ଆବେଦନରେ ପୁରୀ ଜିଲ୍ଲା ଜଜ୍‌ଙ୍କ ପରାମର୍ଶ ଏବଂ ଜୁଲାଇ ୫ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ଆବେଦନକୁ କୋର୍ଟ ଗ୍ରହଣ କରି ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାର ଜବାବରେ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ୩ ପୃଷ୍ଠାର ସତ୍ୟପାଠରେ ପୁରୀ ହିଂସାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୯୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା କୁହାଯାଇଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ ପୃଷ୍ଠାର ସତ୍ୟପାଠ ମାଧ୍ରେୟ ମଧ୍ୟ ଜବାବ ଦାଖଲ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories