www.samajalive.in
Saturday, December 6, 2025
15.1 C
Bhubaneswar

ମହିଳା କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ହେଲେ କିନ୍ନର ଅପ୍‌ସରା ରେଡ୍ଡୀ

ନୂଆଦିଲ୍ଲୀ : ଦକ୍ଷିଣ ଭାରତର ଚର୍ଚ୍ଚିତ କିନ୍ନର ତଥା ସାମାଜିକ କର୍ମୀ ଅପ୍ସରା ରେଡ୍ଡି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବିଜେପି ଥିଲେ । ବିଜେପି ଛାଡିବାର ମାସେ ମଧ୍ୟରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ  ଏଆଇଡିଏମ୍‌କେର ରାଷ୍ଟ୍ରୀୟ ମୁଖପାତ୍ର ଥିଲେ । ମାତ୍ର ଜୟଲଳିତାଙ୍କ ମୃତ୍ୟୁ ପରେ ଶଶୀକଳା କ୍ୟାମ୍ପରେ ଯୋଗ ଦେଇଥିଲେ । ଶଶୀକଳା ଜେଲ୍‌ ଯିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ ।

ଅପ୍‌ସରା ଭାରତୀୟ ମହିଳା କଂଗ୍ରେସ କମିଟି ଅଧ୍ୟକ୍ଷ ସୁସ୍ମିତା ଦେବଙ୍କ ସହ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ସୁସ୍ମିତାଙ୍କ କହିବା ଅନୁସାରେ ଅପ୍ସରାଙ୍କୁ କଂଗ୍ରେସରେ ସ୍ୱାଗତ କରିବା ସହ କଂଗ୍ରେସରେ ପ୍ରଥମ କିନ୍ନର କର୍ମୀ ଭାବେ କାର୍ଯ୍ୟ କରିବେ। ଏହାଦ୍ୱାରା କିନ୍ନରମାନଙ୍କ ଅଧିକାରକୁ କଂଗ୍ରେସ କାର୍ଯ୍ୟ କରିପାରିବ। ସେହିପରି ଅପ୍ସରାଙ୍କ କହିବା ଅନୁସାରେ କିନ୍ନର ମାନଙ୍କ ସମ୍ବନ୍ଧୀୟ ବିଲକୁ ଆମେ ବିରୋଧ କରୁଛୁ। ଆମମାନଙ୍କୁ କୌଣସି ଦାନର ଆବଶ୍ୟକତା ନାହିଁ, ଆମକୁ ସମାଜରେ ଅସମାନତା ଦୂର କରିବା ପାଇଁ  ସହାୟତାର ଆବଶ୍ୟକତା ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories