କୟାଁଗୋଲା: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶାକୁ ପୁଣିଥରେ ଭାରତ ସରକାର ସମ୍ମାନିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧବେଶନରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣ ଓଏସଡିଏମଏକୁ ‘ସୁବାସ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ’ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ବାତ୍ୟା ସମୟରେ ଓଏସଡିଏମଏର ଉଦ୍ଧାର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।
Odisha State Disaster Management Authority has been doing pioneering work in disaster preparedness, particularly with regard to cyclones. This team has utilised latest technology to save lives. Glad that they have been conferred the Subhash Chandra Bose Aapda Prabandhan Puraskar. pic.twitter.com/ZHVdDlPaGU
— Narendra Modi (@narendramodi) March 10, 2023
ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଯାଜପୁରର ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ, ଯାଜପୁର ଜିଲା ସଭାପତି ସରୋଜ କୁମାର ମହାପାତ୍ର, ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବ ପ୍ରସାଦ ଦାସ, ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି, ମନ୍ତ୍ରୀଙ୍କ ଜିଲା ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି।



