www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଦିଲ୍ଲୀକୁ ଭେଟିବ ଗୁଜରାଟ

ମୁମ୍ବଇ  : ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣରେ ଶନିବାର ଗୁଜରାଟ ଜ୍ୟାଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଡିୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟ ଦଳ ପ୍ରଥମ ରାଉଣ୍ଡର ଶେଷ ଲିଗ୍‌ ମ୍ୟାଚ ଖେଳିବେ।
ଦିଲ୍ଲୀ କ୍ୟାପିଟାଲ୍‌ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଗୁଜରାଟ ଜ୍ୟାଣ୍ଟ୍‌ସ ୩ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ମ୍ୟାଚରେ ୟୁପି ୱାରିୟର୍ଜସକୁ ୪୨ରନରେ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬୦ରନରେ ପରାସ୍ତ କରିଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ଅଧିନାୟିକା ମେଗ୍‌ ଲାନିଙ୍ଗ, ଶେଫାଳି ବର୍ମା, ମାରିଜାନେ କାପ, ଜେମିମା ରୋଡିଗ୍ବୋଜ ବ୍ୟାଟିଂ ଭାର ସମ୍ଭାଳୁ ଥିବାବେଳେ ବୋଲିଂରେ ଆମେରିକାର ତାରା ନୋରିସ ପ୍ରଭାବିତ କରିପାରିଛନ୍ତି। ଅନ୍ୟମାନଙ୍କକ ମଧ୍ୟରେ ଶିଖା ପାଣ୍ଡେ, ଜିସ୍‌ ଜାନସେନ, ରାଧା ଯାଦବ ମଧ୍ୟ ରହିଛନ୍ତି। ସେହିପରି ଗୁଜରାଟ ଜ୍ୟାଣ୍ଟସ ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ୧୪୩ରନରେ ଓ ଦ୍ବିତୀୟ ମ୍ୟାଚରେ ୟୁପି ୱାରିୟଜର୍ସ ନିକଟରୁ ୩ ୱିକେଟରେ ପରାଜିତ ହୋଇଥିବାବେଳେ ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୧ରନରେ ପରାଜିତ କରିଥିଲା। ଅଧିନାୟିକା ବେଥ୍‌ ମୁନି ଆହତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ସ୍ନେହ ରାଣା ଅଧିନାୟିକା ଦାୟିତ୍ବ ତୁଲାଇବେ। ବ୍ୟାଟିଂ ଓ ବୋଲିଂରେ ଦଳ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ଦଳରେ ଶୋଫିଆ ଡଙ୍କଲେ, ହର୍ଲିନ ଦେଓଲ, ଆସ୍‌ଲେ ଗାର୍ଡନର ପ୍ରମୁଖ ରହିଥିବାବେଳ ଏବେ ବେଥ୍‌ ମୁନିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଲାଉରା ଉଭାଲଡଟ୍‌ ସାମିଲ ହୋଇଛନ୍ତି। ବୋଲିଂରେ ସ୍ନେହ ରାଣା, କିମ୍‌ ଗ୍ରେଥ୍‌, ଆସ୍‌ଲେ ଗାର୍ଡନର, ଆନାବେଲ ସଦରଲାଣ୍ଡ ପ୍ରମୁଖ ରହିଛନ୍ତି। ଉଭୟ ଦଳ ପ୍ରଥମ ରାଉଣ୍ଡର ଶେଷ ଲିଗ୍‌କୁ ଜିତିବା ନେଇ ନିଶ୍ଚିତ ଉଦ୍ୟମ କରିବେ।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories