www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଦିଗ୍ଧ ପାରାକୁ ସିଏଫ୍‌ଏସ୍‌ଏଲ୍‌ ପଠାଯିବ

ଭୁବନେଶ୍ୱର : ପାରାଦୀପରୁ ମତ୍ସ୍ୟଜୀବୀଙ୍କ ଦ୍ବାରା ୬ ତାରିଖରେ ଉଦ୍ଧାର ସନ୍ଦିଗ୍ଧ ପାରାକୁ କେନ୍ଦ୍ର ଅପରାଧ ବିଧି ବିଜ୍ଞାନାଗାର (ସିଏଫଏସଏଲ)କୁ ପଠାଯିବ। କଲକାତା କିମ୍ବା ହାଇଦରାବାଦରେ ଥିବା ସିଏଫଏସଏଲକୁ ସନ୍ଦିଗ୍ଧ ପାରାକୁ ପଠାଯାଇ େସଠାରେ ତା’ର ଡିଏନଏ ପରୀକ୍ଷା ହେବ। ଏହାଛଡ଼ା ପାରାର ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର (ଚାଇନିଜ୍) ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବା ପାଇଁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରୀ ବିଶେଷଜ୍ଞଙ୍କ ସହାୟତା ନିଆଯିବ େବାଲି ସୂଚନା ମିଳିଛି। କ୍ୟାମେରା ଓ ମେମୋରିକାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସଏଫଏସଏଲ)ରେ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ଏହି ଟ୍ରାନ୍ସମିଟର ଆମେରିକାରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ୁଥିବାବେଳେ ଏହାକୁ ପଶୁପକ୍ଷୀଙ୍କ ଦେହରେ ଜଙ୍ଗଲ ବିଭାଗ ଗତିବିଧି ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ଲଗାଯାଇଥାଏ। ଏଥିପାଇଁ ଫରେନସିକ୍ ସାଇନ୍ସ ଲାବରେଟୋରୀ ପକ୍ଷରୁ ଏହି ଟ୍ରାନ୍ସମିଟର ସମ୍ପର୍କିତ ଅଧିକ ତଥ୍ୟ ପାଇଁ ନନ୍ଦନକାନନକୁ ପଠାଯାଇଥିଲା। ସେଠାରେ ସେମାନେ ଟ୍ରାନ୍ସମିଟରକୁ ଚିହ୍ନଟ କରିଛନ୍ତି; ତେବେ ପରୀକ୍ଷା ପରେ ହିଁ ପାରା େଗାଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍‌ରେ କ’ଣ ରେକର୍ଡ ହୋଇଛି ତାହା ଜଣାପଡ଼ିବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories