ଆର୍ଥିକ ଅଭିବୃଦ୍ଧି ନେଇ ଆନ୍ଧ୍ର କରିବ ନୂଆ ଜିଲା ଗଠନ : ‘ମନ୍ୟମ’କୁ ମାନ୍ୟତା ଦେବ ଓଡ଼ିଶା ସୀମାନ୍ତ ଗାଁ!

ଜେମାଦେଇପେଣ୍ଠ : ଆନ୍ଧ୍ର ସୀମାନ୍ତରେ ଓଡ଼ିଶାର ୩ ଜିଲାର ପ୍ରାୟ ୮ ଗୋଟି ବ୍ଲକର ଗ୍ରାମବାସୀଙ୍କ ଜୀବନଜୀବିକା, ସ୍ବାସ୍ଥ୍ୟସେବା ଓ ଜୀବନ ସାଥୀ ବାଛିବା ପାଇଁ ଆନ୍ଧ୍ର ପାଲଟିଛି ସାହାରା। ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ଆନ୍ଧ୍ର ସରକାରଙ୍କ କବଜାରେ ଓଡ଼ିଶାର ୩ ଜିଲାର ସୀମାନ୍ତ ଗଁାଗୁଡିକ ରହିଛି। ଭତ୍ତା, ସ୍ବାସ୍ଥ୍ୟସେବା ଶିକ୍ଷା, ନେଟୱର୍କ ଭଳି କ୍ଷେତ୍ରରେ ଓଡ଼ିଶାଠାରୁ ଆନ୍ଧ୍ର ଆଗରେ ରହିଛି। ପ୍ରଲୋଭନ ଦେଖାଇ ଆନ୍ଧ୍ର ନିଜ ଆଡ଼କୁ ସୀମାନ୍ତବାସୀଙ୍କୁ ଟ।ଣିବାରେ ସକ୍ଷମ ନ ହୋଇଥିଲେ ହେଁ ଚିରାଚରିତ ଭାବେ ଆନ୍ଧ୍ର ତାର ସଂସ୍କୃତିର ଛାପ ସୀମାନ୍ତ ଗ୍ରାମବାସୀଙ୍କ ଉପରେ ଛାଡ଼ି ଆସୁଛି। ରାତି ପାହିଲେ ଉକ୍ତ ସୀମାନ୍ତ ଗ୍ରାମର ଗ୍ରାମବାସୀ ଆନ୍ଧ୍ରର ମାଟିରେ ପାଦ ପକାଯାଉଛନ୍ତି। ବିଭିନ୍ନ କ୍ଷେତ୍ରରେ ନିର୍ଭର କରୁଛନ୍ତି। ସୀମାନ୍ତବାସୀଙ୍କ ଏହି ଦୁର୍ବଳତାକୁ ଦୂର ଦୃଷ୍ଟିରେ ରଖି ନିଜର ସୀମିତ ଅଞ୍ଚଳକୁ ନେଇ ଆନ୍ଧ୍ର ଏକ ନୂଆ ଜିଲା ‘ମ।ନ୍ୟମ’ ଗଠନ କରିବାକୁ ଯାଉଛି। ଯାହାର ମୁଖ୍ୟ ସହର ହେବ ପର୍ବତୀପୁରମ ହେବ। ଆନ୍ଧ୍ରର କମରଡ।, କୁରୁପାମ୍ପାଲୁର, ପ।ଦିପେଟା, ଜରୁଗୁଭିଲ।, ବାବଲି ଓ ପାଲକୋନଡ। ବ୍ଲକକୁ ନେଇ ଜିଲା ଗଠନ ହେବାକୁ ଯାଉଛି। ସେହି ଜିଲାର ଗ୍ରାମବାସୀ ଶ୍ରୀକାକୁଲମ ଓ ବିଜୟନଗରମ ସହର ଉପରେ ନିର୍ଭର କରୁଛନ୍ତି। ଏହାସ​‌ତ୍ତ୍ବେ ଆନ୍ଧ୍ର ଆଉ ଏକ ନୂଆ ଜିଲା ଗଠନର ଆବଶ୍ୟକତା କ’ଣ ଅଛି ବୋଲି ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।
ସୀମାନ୍ତ କୋରାପୁଟ ଜିଲାର ଦୁଇ ବ୍ଲକ ନାରାୟଣପାଟଣା, ବନ୍ଧୁଗାଁ ଓ ରାୟଗଡ଼ା ଜିଲାର ରାୟଗଡ଼ା, ର।ମନ।ଗୁଡ।, ଗୁଣପୁର ବ୍ଲକ ସାଙ୍ଗକୁ ଗଜପତି ଜିଲାର କାଶୀନଗର ଓ ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକର ପ୍ରାୟ ୧୨୯ ଖଣ୍ଡ ଗ୍ରାମର ଗ୍ରାମବାସୀ ପ୍ରତିଦିନ ଜୀବନଜୀବିକା ତଥା ଆର୍ଥିକ କାରବାର ସୀମାନ୍ତ ପାର୍ବତୀପୁରମ ସହର ଉପରେ ନିର୍ଭର କରି ଆସୁଛନ୍ତି। ଚତୁରତାର ସହିତ ଆନ୍ଧ୍ର ପ୍ରଶାସନ ନିଜ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ଉନ୍ନତ କରିବା ପାଇଁ ଏକ ନୂତନ ଜିଲା ଗଠନର ପ୍ରୟାସ କରୁଛି। ଫଳରେ ସୀମାନ୍ତ ଗ୍ରାମବାସୀ ରାୟଗଡ଼ା ସହର, ଗୁଣପୁର, କୋରାପୁଟ କିମ୍ୱ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର ନ କରି ସିଧା ପାର୍ବତୀପୁରମ ସହର ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି। ପୁଣି ରାୟଗଡ଼। ଓ ନାରାୟଣପାଟଣ।ଠାରୁ ପାର୍ବତୀପୁରମର ଦୂରତା ୩୦ରୁ ୩୫ କିଲୋମିଟର ରହିଛି। ସୀମାନ୍ତରେ ୬୦ କୋଟି ଟଙ୍କାର ତିଆରି ହେଉଥିବା ରାସ୍ତା ଗୁଣପୁର ଓ ପାରଳାଖେମୁଣ୍ଡି ସହରକୁ ଦୂରତା ହ୍ରାସ କରିବ। କପା ଧାନ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଉପରେ ନଜର ରଖିଥିବା ଆନ୍ଧ୍ର ପ୍ରଶାସନ ନିଜ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବାକୁ ଚତୁରତାର ସହିତ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଆଖି ପକାଇଛି। ନୂତନ ଜିଲା ଗଠନ ସମ୍ପର୍କରେ ରାୟଗଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ ମୌଳିକ ସୁବିଧା ପାଇଁ ସୀମାନ୍ତ ଗ୍ରାମବାସୀ ପରସ୍ପର ଉପରେ ନିର୍ଭରଶୀଳ। ଜିଲା ପ୍ରଶାସନର ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସୀମାନ୍ତବାସୀ ଅନ୍ୟ ଜିଲା ଉପରେ ନିର୍ଭର କରିବେ ନାହିଁ ବୋଲି ସେ କହିଛନ୍ତି।

Comments are closed.