www.samajalive.in
Sunday, December 14, 2025
14.1 C
Bhubaneswar

ଜିଲାପାଳଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା : ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଅନୁପ ସାଏଙ୍କ ପରିବାର ଜିଲାପାଳଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଛନ୍ତି। ପ୍ରାୟ ୨୨ ଘଣ୍ଟା ଧରି ଧାରଣାରେ ବସିଥିବା ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୁଲିସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ। ଜିଲାପାଳ ସିବିଆଇ ତଦନ୍ତ ଦାବି ନେଇ ଗୃହ ବିଭାଗକୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଉଠିଛନ୍ତି ଅନୁପଙ୍କ ପରିବାର।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ୭ଟାରେ ଅନୁପଙ୍କ ସ୍ତ୍ରୀ, ପୁଅ, ଝିଅ ଓ ଭାଇ,ଭାଉଜ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିବା ସହ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ପରିବାର ଲୋକଙ୍କ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ କି, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତିଅଧରେ ଉଠାଇନେବାକୁ ଧମକ ଦେଉଛି ଏଣୁ ଆମକୁ ସୁରକ୍ଷା ଦରକାର । ଛତିଶଗଡ ପୁଲିସ ଅନୁପ ସାଏଙ୍କୁ ମାନସିକ ଚାପ ପକାଉ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିବା ସହ ଅନୁପ ନିର୍ଦୋଷ, ତାଙ୍କୁ ଏହି ମାମଲାରେ ଫସାଇଦିଆ ଯାଇଛି ବୋଲି ଯୁକ୍ତି ବାଢିଥିଲେ। ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ ପରିବାର ଲୋକ। ଏହାସହ ଛତିଶଗଡ ପୁଲିସ ତାଙ୍କୁ ତଦନ୍ତ ସମୟ ରେ ମାନସିକ ଚାପ ପକାଇ ହତ୍ୟାକାଣ୍ଡ କରି ଥିବା ସ୍ୱୀକାର କରିବା ପାଇଁ କହୁଛି । ଯଦି ସେ ହତ୍ୟା କରି ଥିବା ସ୍ୱୀକାର ନ କରିବେ ତେବେ ପୁଲିସ ତାଙ୍କ ପରିବାର ବର୍ଗଙ୍କୁ ଗିରଫ କରାଯିବ ବୋଲି ଭୟଭୀତ କରୁଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ଏଣୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଛତିଶଗଡ଼ ପୁଲିସର ଅତ୍ୟାଚାର ବିରୋଧରେ ହସ୍ତକ୍ଷେପ କରି ଅନୁପଙ୍କ ଉପରେ କରାଯାଉ ଥିବା ମାନସିକ ଚାପକୁ ବନ୍ଦ କରାଯାଉ ବୋଲି ଦାବି କରିଥିଲେ।

- Advertisement -

ଅନ୍ୟପଟେ ଛତିଶଗଡ ପୁଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇ କୁହାଯାଇଛି କି, ସେମାନେ କାହାକୁ ହଇରାଣ କରୁନାହାନ୍ତି। କିମ୍ବା ଅନୁପଙ୍କ ପରିବାର ଉପରେ କୌଣସି ଚାପ ପ୍ରୟୋଗ କରିନାହାନ୍ତି। ପୁଲିସ କେବଳ ତଦନ୍ତ କରୁଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories