www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଲେ ବୀରାପ୍ପାନ୍‌ର ଝିଅ

ଚେନ୍ନଇ : କୁଖ୍ୟାତ ଅପହରଣକାରୀ, ଚନ୍ଦନକାଠ ଚୋରା ଚାଲାଣ ସହିତ ହାତୀ ଦାନ୍ତର ଚୋରା କାରବାରରେ ସଂପୃକ୍ତ ଥିବା ଜଙ୍ଗଲ ଦସ୍ୟୁ ବିରାପ୍ପାନର ଝିଅ ବିଧ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଥିବା କହିଛନ୍ତି। ବିଦ୍ୟା ରାଣୀଙ୍କ ସମେତ ଅନ୍ୟ ୧୦୦୦ କର୍ମୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ସେ ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ବିଜେପିରେ ଯୋଗଦେଇଛନ୍ତି।
ବିଜେପିରେ ଯୋଗ ଦେବାପରେ ବିଦ୍ୟା ରାଣୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପନ୍‌ ରାଧାକ୍ରିଷ୍ଣନ୍‌ ମୋତେ ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗଦେବାକୁ କହିବା ଦିନଠାରୁ ହିଁ ମୁଁ ରାଜନୀତିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲି।
ବୀରାପ୍ପାନ୍‌ କିଏ?
ଦେଶର ଅଧିକାଂଶ ଲୋକ କୁଖ୍ୟାତ ଚନ୍ଦନ ତସ୍କର ବୀରାପ୍ପାନ ନାମ ସହ ଭଲ ଭାବେ ପରିଚିତ ଅଛନ୍ତି। ଦକ୍ଷିଣ ଭାରତ ଜଙ୍ଗଲରେ ସେ ତୁତି ନାମରେ ପରିଚିତ ଥିଲା। ତାର ପ୍ରକୃତ ନାମ କୁଜ ମୁନିସ୍ଵାମୀ ବିରାପ୍ପାନ ଥିଲା। ସେ ଚନ୍ଦନକାଠର ଚୋରା ଚାଲାଣ ସହିତ ହାତୀ ଦାନ୍ତର ଚୋରା କାରବାର ମଧ୍ୟ କରୁଥିଲା। ସେ ଅନେକ ପୁଲିସଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା। ତାକୁ ଧରିବା ପାଇଁ ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏପରିକି ତାକୁ ଜଙ୍ଗଲ ଦସ୍ୟୁ ବିରାପ୍ପାନ ରୂପେ ଲୋକେ ଜାଣୁଥିଲେ। ପୁଲିସ ପ୍ରଶାସନ ପାଇଁ ସେ ମୋଷ୍ଟ ଓ୍ଵାଣ୍ଟେଡ୍ ପାଲଟି ଯାଇଥିଲା। ପରେ ୨୦୦୪ ଅକ୍ଟୋବର ୧୮ରେ ପୁଲିସ ଏନକାଉଣ୍ଟରରେ ବୀରାପ୍ପାନର ମୃତ୍ୟୁ ଘଟିଥିଲା। ବୀରାପ୍ପାନକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories