ଭୁବନେଶ୍ୱର : ଗଞ୍ଜାମ ଜିଲା ପୋଲସରା ଖଇରଛଟାରେ ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଛୋଟ ଛୋଟ ପିଲାମାନେ ପୋଡିହୋଇ ମୃତ୍ୟୁବରଣ ଘଟଣାରେ ସାମାଜିକ ଗଣମାଧ୍ୟମ ଜରିଆରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲା ପୋଲସରାରେ ଘର କରି ଖେଳିବା ବେଳେ ଅଗ୍ନିକାଣ୍ଡ ଘଟି ପିଲାଙ୍କ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ। ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି। ଏହି ଦୁଃଖଦ ଘଡିରେ ଧୈର୍ଯ୍ୟ ଧରିବାକୁ ଭଗବାନ ସାହାସ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।



