www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ : ୧୫ ଆହତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଉଇଙ୍ଗର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଲକଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ପଲସାରେ କାମ କରୁଥିବା ଏହି ଶ୍ରମିକମାନେ ଚାଲିଚାଲି ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟକୁ ଆସୁଥିଲେ । ତେବେ ବୌଦ୍ଧ ଜିଲ୍ଲାରେ ସେମାନଙ୍କୁ ଅଟକାଇବା ସହ ଅନୁଗୋଳ ଜିଲ୍ଳା ପ୍ରଶାସନ ସହ ଆଲୋଚନା କରି ଥିଲେ । ଅନୁଗୁଳରୁ ଏହି ଉଇଙ୍ଗର ଗାଡି ସେମାନଙ୍କୁ ନେଇ ଆସୁଥିବା ବେଳ ରାସ୍ତା ରେ ଦୁର୍ଘଟଣା ହୋଇଥିଲା । ଠାକୁରଗଡ ଥାନା ଅଂଚଳ ରେ ଗାଡିଟି ରାତି ପ୍ରାୟ ୨ଟା ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଚାଳକ ର ଆଖି ଲାଗି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକଗଛ ରେ ପିଟି ହୋଇଥିଲା । ଗାଡ଼ିରେ ଥିବା ୧୫ ଜଣ ଶ୍ରମିକ ସାମାନ୍ୟ ଆହତ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ସେମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇବା ପରେ ଅନୁଗୋଳ ରୁ ପ୍ରଶାସନ ପକ୍ଷରୁ ଆଉଏକ ଗାଡି ପଠାଇ ସେମାନ ଙ୍କୁ ଆଣି ଅନୁଗୋଳ ରନ୍ତଲେଇ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡ ରେ ଆଘାତ ଲାଗିଥିବାରୁ ଡାକ୍ତରଖାନା ରେ ଚିକିତ୍ସା କରାଯାଇଥିଲା ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories