www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାରେ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ଵର: ଓଡ଼ିଶାରେ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ସକାଳେ ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୬୫ ସଂକ୍ରମିତ ସକ୍ରିୟ ଥିବାବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୭୩ ନୂଆ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ସେମାନଙ୍କ ମଧ୍ୟରୁ ୪୩ ଜଣ ଗଞ୍ଜାମ ଜିଲାର। ସେହିପରି ଯାଜପୁରରୁ ୧୭, ଖୋର୍ଦ୍ଧାରୁ ୩, ଭଦ୍ରକରୁ ୯, ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେ​‌ବେ ସ୍ବାସ୍ଥ୍ୟ ବିଭାଗ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହୁଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟରେ ୭୪ ଆକ୍ରାନ୍ତ ଦର୍ଶାଇଛି। ଖୋର୍ଦ୍ଧା ଏବଂ ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସୁରତରୁ ଫେରନ୍ତା। ଯାଜପୁରରୁ ଚିହ୍ନଟ ହୋଇଥିବା ୧୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ଭଦ୍ରକର ୯ ଜଣଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା।, ସୁନ୍ଦରଗଡ଼ର ୨ ଜଣ କଣ୍ଟେନମେଣ୍ଟ ଜୋନର ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories