କଟକ: ଷ୍ଟାର ଦମ୍ପତି ଅନୁଭୁବ-ବର୍ଷା ପାରିବାରିକ ବିବାଦରେ ମଙ୍ଗଳବାର ଅନୁଭବଙ୍କୁ ଲାଗିଛି ଝଟ୍କା। ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି କଟକ ଜିଲା ଜଜ୍। ବର୍ଷା ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ଓ ଅନୁଭବ ଘରଭଡ଼ା ବାବଦକୁ ପ୍ରତି ମାସ ୧୦ ତାରିଖ ସୁଦ୍ଧା ୩୦ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ। କୋର୍ଟଙ୍କ ଏହି ନିର୍ଦେଶ ଉପରେ ଆଜି ଅନ୍ତରୀଣ ରୋକ୍ ଲଗାଇବା ସହ ଅନୁଭବଙ୍କୁ ଜବାବ ତଲବ କରିଛନ୍ତି କଟକ ଜିଲା ଜଜ୍। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଛି।
Popular Categories



