www.samajalive.in
Thursday, December 11, 2025
16.1 C
Bhubaneswar

ଯୋଗ ଜୀବନକୁ ଶୃଙ୍ଖଳିତ କରିବା ସହ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବାର ଉଚିତ ମାର୍ଗ ପ୍ରଦାନ କରେ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ହକି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୁଭାଂଶୁ ମିଶ୍ର ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପରିଚାଳକ ବିକାଶ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମିଶ୍ର କହିଲେ ଯେ କାହିଁ କେତେ ଦିନରୁ ‘ଯୋଗ’ ଭାରତୀୟ ସଂସ୍କୃତିର ଅବିଛେଦ ଅଙ୍ଗ ହୋଇ ରହି ଆସିଛି । ଯୋଗକୁ ଆଧାର କରି ଭାରତୀୟ ଯୋଗୀ ଓ ମୁନିଋଷିମାନେ ଦୀର୍ଘ ଓ ନିରୋଗ ଜୀବନ ଅତିବାହିତ କରିଆସୁଛନ୍ତି । ଆଜି ପାଳିତ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଭାରତୀୟ ସଂସ୍କୃତିରେ ରହି ଆସିଥିବା ଯୋଗର ମହତ୍ୱକୁ ସର୍ବବ୍ୟାପି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କ୍ରୀଡ଼ା ଓ ଯୁବସେବା ବିଭାଗ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆମ ଯୁବବର୍ଗଙ୍କ ଭିତରେ ଥିବା ସାମର୍ଥ୍ୟକୁ ସମଗ୍ର ବିଶ୍ୱରେ ପ୍ରସ୍ପୁଟିତ କରିବାର ସମୟ ଆସିଛି । ଯୋଗ ଜୀବନକୁ ଶୃଙ୍ଖଳିତ କରିବା ସହ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବାର ଉଚିତ ମାର୍ଗ ପ୍ରଦାନ କରେ । ତେଣୁ ସମସ୍ତେ ଯୋଗ ଓ ପ୍ରାଣାୟାମକୁ ନିଜ ଜୀବନରେ ସାମିଲ କରି ଆଗକୁ ଅଗ୍ରସର ହେବାକୁ ଶ୍ରୀ ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ରୀଡା ଛାତ୍ରାବାସର ଅନ୍ତେବାସୀ, କୋଚ, କ୍ରୀଡ଼ା ବିଭାଗ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ରାମ ଗୋବିନ୍ଦ ପରିଡା ସଂଚାଳନ କରିଥିଲେ। ବିଭାଗ ପକ୍ଷରୁ ଚନ୍ଦ୍ରକାନ୍ତ ବାରିକ ବିଭିନ୍ନ ଯୋଗମୁଦ୍ରା ଓ ପ୍ରାଣାୟାମ ଉପରେ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଦୁଇଜଣ ଯୋଗ ଛାତ୍ରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଗାମୁଦ୍ରା ପ୍ରଦର୍ଶିତ ହୋଇଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories