www.samajalive.in
Monday, December 8, 2025
14.1 C
Bhubaneswar

ପରିବାର ଅଦାଲତରେ ଅନୁଭବ-ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା, ସତ୍ୟପାଠ ଦାଖଲ କଲେ ବର୍ଷା

ଭୁବନେଶ୍ବର ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା କଟକ ପରିବାର ଅଦାଲତରେ ଚାଲିଛି। ଆଜି କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହୋଇଛି। ଜଜ୍‌ଙ୍କ ଚାମ୍ବରରେ ବର୍ଷା-ଅନୁଭବଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ଉଭୟ ବର୍ଷା ଓ ଅନୁଭବ ବାହାରକୁ ଆସିବା ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ଆଜି ପରିବାର ଅଦାଲତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ହାଜର ହୋଇଛନ୍ତି। ପରିବାର ଅଦାଲତରେ ହାଜର ହେବାକୁ ଉଭୟଙ୍କୁ କୋର୍ଟ ନିର୍ଦେଶ ଦେଇଥିଲେ। ଉଭୟଙ୍କ ନୂଆ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ।
ପୂବର୍ରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ। ସେହିପରି ଅନୁଭବ ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ୫ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଜୋରିମାନ କରିଛନ୍ତି ପରିବାର ଅଦାଲତ।
ଅପରପକ୍ଷରେ କଟକ ପରିବାର ଅଦାଲତରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସତ୍ୟପାଠ ଦାଖଲ କରିଛନ୍ତି। ମିଥ୍ୟା ତଥ୍ୟ ନ ଦେବାକୁ ସତ୍ୟପାଠ ଦାଖଲ କରିଥିବାବେଳେ ବିଚାର ପ୍ରକ୍ରୟାରେ ସହଯୋଗ କରିବାକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଅଯଥା ସମୟ ନ ନେବାକୁ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories