www.samajalive.in
Thursday, December 11, 2025
14.1 C
Bhubaneswar

ଆଉ ୭୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୨୫୬ କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୭୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୨୫୬ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି କଟକ ଓ ଖୋର୍ଦ୍ଧାରୁ ୬୫ ଜଣ ଲେଖାଁଏ, କେନ୍ଦୁଝରରୁ ୫୮, ମୟୂରଭଞ୍ଜରୁ ୪୮, ଅନୁଗୋଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡି ଓ ନୂଆପଡାରୁ ୩୭ ଜଣ ଲେଖାଁଏ, ସମ୍ବଲପୁର ଓ  ସୁନ୍ଦରଗଡ଼ରୁ  ୩୫ ଜଣ ଲେଖାଁଏ ଏବଂ ବାଲେଶ୍ବରରୁ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି କେନ୍ଦ୍ରାପଡାରୁ ୨୯, ବଲାଙ୍ଗୀର ଓ ଯାଜପୁରରୁ ୨୧ ଜଣ ଲେଖାଏଁ, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡ଼ରୁ ୧୨, ଗଞ୍ଜାମରୁ ୧୧, କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡ଼ରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ ୫, ମାଲକାନଗିରି, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ରାୟଗଡ଼ାରୁ ୨ ଏବଂ ଷ୍ଟେଟ ପୁଲରୁ ୧୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୨୫୬ କୁ ବୃଦ୍ଧି ପାଇଛି।

 

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories