www.samajalive.in
Sunday, December 14, 2025
19.1 C
Bhubaneswar

ଆଉ ତିନି ପରୀକ୍ଷାଗାରକୁ କୋଭାକ୍ସିନ ପ୍ରସ୍ତୁତି ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ଟିକାର ଆବଶ୍ୟକତାକୁ ଦୃଷ୍ଟିରେ ଭାରତ ସରକାର ସ୍ବଦେଶୀ ଟିକା କୋଭାକ୍ସିନର ଉତ୍ପାଦନ ବୃଦ୍ଧି କରିବାକୁ ପଦକ୍ଷେପ ନେଇଛନ୍ତି। ମେ-ଜୁନ୍‌ ମାସସୁଦ୍ଧା କୋଭାକ୍ସିନ ଟିକାର ଉତ୍ପାଦନ ଦ୍ବିଗୁଣିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ସେପ୍ଟେମ୍ବର ବେଳକୁ ମାସିକ ୧୦କୋଟି କୋଭାକ୍ସିନ ଟିକା ପ୍ରସ୍ତୁତ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବେ କେବଳ ଭାରତ ବାୟୋଟେକ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଥିବାବେଳେ ଏହାର ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆଉ​‌ ତିନିଟି ରାଷ୍ଟ୍ରାୟତ୍ତ ପରୀକ୍ଷାଗାର (ଲାବୋରଟୋରି)କୁ ପ୍ରସ୍ତୁତି ଅନୁମତି ଦେଇଛନ୍ତି। ଭାରତ ସରକାରଙ୍କ ବାୟୋଟୋକ୍ନୋଲୋଜି ବିଭାଗର ଅନୁମତି ଅନୁଯାୟୀ ମୁମ୍ବଇସ୍ଥିତ ହଫକିନ୍‌ ବାୟୋଫାର୍ମାସ୍ୟୁଟିକାଲ କର୍ପୋରେସନ ଲିମିଟେଡ, ହାଇଦରାବାଦସ୍ଥିତ ଇଣ୍ଡିଆନ ଇମ୍ୟୁନୋଲୋଜିକାଲ ଲିମିଟେଡ (ଆଇଆଇଏଲ୍‌) ଓ ଉତ୍ତରପ୍ରଦେଶ ବୁଲନ୍ଦସହରସ୍ଥିତ ଭାରତ ଇମ୍ୟୁନୋଲୋଜିକାଲ୍ସ ଆଣ୍ଡ ବାୟୋଲୋଜିକାଲ୍ସ ଲିମିଟେଡ (ବିଆଇବିସିଓଏଲ୍‌) ଏବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିବେ। ହଫକିନ୍ ମହାରାଷ୍ଟ୍ର ସରକାରଙ୍କ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହୋଇଥିବାବେଳେ ଆଇଆଇଏଲ୍‌ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ପରିଚାଳିତ। ତେବେ ବିଆଇବିସିଓଏଲ୍‌ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ। ଟିକା ଉତ୍ପାଦନ ନିମନ୍ତେ କେନ୍ଦ୍ର ସରକାର ଏହିସବୁ ପରୀକ୍ଷାଗାରକୁ ୬୫କୋଟି ଟଙ୍କା ଯୋଗାଇ ଦେବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories