ଶନିବାର ରାଶିଫଳ (୧୭/୦୪/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Apr 17, 2021 Share ମେଷ : କୃଷିକ୍ଷେତ୍ରରୁ ଲାଭବାନ୍ ହେବା ପାଇଁ ଆଶାବାଦୀ ହେବେ। ବିନୟୀ ଭାବର ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଅଭିଷ୍ଟ ସିଦ୍ଧି ହେବ। ମନରେ ସନ୍ତାନ ଲାଳସା ଉପୁଜିପାରେ। ମହିଳା ଓ ବିଦ୍ୟାର୍ଥୀ ମନଯୋଗୀ ହେବେ। ବୃଷ : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ସୁସ୍ଥ ରହିବେ। ମାନସିକ ଶାନ୍ତି ମିଳିବ। ଆୟ ସାମାନ୍ୟ ମାତ୍ରାରେ ବୃଦ୍ଧି ପାଇବ। ଚାକିରିରେ ଦୃଢ଼ ରହିବେ। ବ୍ୟବସାୟ ଭଲରେ ଚାଲିବ। ମହିଳା ସୁଖୀ ହେବେ। ବିଦ୍ୟାର୍ଥୀଙ୍କର ଶୁଭଫଳ। ମିଥୁନ : ଯୋଜନା ଫଳବତୀ ହେବ। ମନ ସ୍ଥିର ରହିବ। ଶରୀର ସୁସ୍ଥ ରହିବ। ଆୟ ଧୀରେ ଧୀରେ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। ମହିଳା ସ୍ବନାମ ଧନ୍ୟା ହେବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ। କର୍କଟ : ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କଠିନ ସ୍ୱଭାବର ହେଲେ ବି, କାର୍ଯ୍ୟରେ ଆଗକୁ ବଢ଼ିବେ। ମନୋବଳ ଦୃଢ଼ ରହିବ। ସୁସ୍ଥ ରହିବେ। ମନ ପ୍ରଫୁଲ୍ଲିତ ହେବ। ଧର୍ମ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଚାକିରିରେ ଉତ୍ସାହିତ ହେବେ। ମହିଳା ଓ ବିଦ୍ୟାର୍ଥୀ ସୁଖୀ ହେବେ। ସିଂହ : ସୁବୁଦ୍ଧି ସମ୍ପନ୍ନ ହୋଇପାରନ୍ତି। ବାକ୍ୟ ପଟୁ ହେବେ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟରେ ମଧ୍ୟମ ଫଳ ମିିଳିବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। କନ୍ୟା : ଶ୍ରେଷ୍ଠ ଆସନ ମିଳିପାରେ। ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ। ପଦୋନ୍ନତି ମିଳିପାରେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଆଶା ଫଳବତୀ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି ସୁଖଦାୟକ ହେବ। ମହିଳାଙ୍କୁ ସମ୍ମାନ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। Related Posts ଟ୍ରକ୍-ବସ୍ ଧକ୍କା: ଡ୍ରାଇଭର ଓ ହେଲପର ମୃତ Apr 28, 2024 ଟ୍ବିନ୍ ସିଟିକୁ ରେଡ୍ ଆଲର୍ଟ: ସାଢେ ୧୧ ସୁଦ୍ଧା… Apr 28, 2024 ତୁଳା : ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ପ୍ରୀତିଲାଭ କରିବେ। ସୁବକ୍ତା ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମନୋବଳ ବୃଦ୍ଧି ପାଇବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ବ୍ୟୟ ସମାନ ହେବ। ମହିଳା ତୃପ୍ତି ଲାଭ କରିବେ। ବିଛା : ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱଳ୍ପ ଆୟର ସୂଚନା ମିଳୁଛି। ଧୈର୍ଯ୍ୟବାନ୍ ହେବେ। ଚାକିରି ପାଇଁ ଆଶାୟୀ ହେବେ। ମହିଳା ଅସୁଖୀ ହେବେ। ବିଦ୍ୟାର୍ଥୀଙ୍କର ଶୁଭଫଳ। ଧନୁ : ବନ୍ଧୁ ସହାୟତା ପାଇଁ କାର୍ଯ୍ୟରେ ଆଗକୁ ବଢ଼ିବେ। ଦେହ ଓ ମନ ସୁସ୍ଥ ରହିବ। ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ। ବ୍ୟବସାୟର ଅଗ୍ରଗତି ହେବ। ମନରେ ଅହଂଭାବ ଆସିପାରେ। ମହିଳା କାର୍ଯ୍ୟଦକ୍ଷା ହେବେ। ବିଦ୍ୟାର୍ଥୀ ସୁଖୀ ହେବେ। ମକର : କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁତାର ଅବସାନ ଘଟାଇବାକୁ ଉଦ୍ୟମ ଜାରି ରଖିପାରନ୍ତି। ସୁସ୍ଥ ରହିବେ। ଆୟ ଉତ୍ତମ ଧରଣର ହେବ। ଚାକିରିରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। ମହିଳା ସୁଖୀ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। କୁମ୍ଭ : ଧୈର୍ଯ୍ୟବାନ୍ ହେବେ। ବହୁ ସୁଖକର ଘଟଣାମାନ ଘଟିବ। ସାଧୁ କଲ୍ୟାଣ ପାଇ ତେଜୀୟାନ୍ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ମନ ଓ ଦେହ ସୁସ୍ଥ ରହିବ। ଚାକିରିରେ ଦୃଢ଼ ରହିବେ। ମହିଳା ଅଗ୍ରଗାମୀ ହେବେ। ବିଦ୍ୟାର୍ଥୀ ମନଯୋଗୀ ହେବେ। ମୀନ : ସାଧନାରେ ସିଦ୍ଧିଲାଭ କରିବେ; ମାତ୍ର ବହୁ କଷ୍ଟରେ। ଚାକିରିକ୍ଷେତ୍ରରେ ପଦୋନ୍ନତି ସହିତ ସ୍ଥାନାନ୍ତର ଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ଯାନବାହନ ସୁଖ ମିଳିପାରେ। ମହିଳା ମାନେ ଦୃଢ଼ମନା ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ। Horoscope 17th April 2021odia news Share FacebookTwitterWhatsApp
Comments are closed.