www.samajalive.in
Sunday, December 7, 2025
26.1 C
Bhubaneswar

ସାଇବର ଠକକୁ ଜମନତାରାରୁ ଗିରଫ କଲା ଅନୁଗୁଳ ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରାଯାଇଛି। ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ଓଡ଼ିଶା ପୁଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିଛି। ଅନୁଗୁଳ ପୁଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡ଼ିଶା ଆସୁଛି। ଜମନତାରା ସାଇବର କ୍ରାଇମବ୍ରାଞ୍ଚ ସହାୟତାରେ ଅନୁଗୁଳ ପୁଲିସ ଜମନତାରା ସାଇବର ଠକଙ୍କ ଉପରେ ଚଢ଼ାଉ କରିଥିଲା। ଫଳରେ ଜଣଙ୍କୁ ଧରିବାରେ ସଫଳ ହେବା ସହ ତା’ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ , ଅନୁଗୁଳ ସହରରେ ବନ୍ଧନ ବ୍ୟାଙ୍କ ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆଙ୍କ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା। ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ହଁ କହିଥିଲେ। ହଁ ଶୁଣି ମାନସଙ୍କ ମୋବାଇଲକୁ ଏକ ଲିଙ୍କ୍ ପଠାଇଥିଲା ଫୋନ୍ କରିଥିବା ବ୍ୟକ୍ତି। ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା। ପଠାଯାଇଥିବା ଲିଙ୍କ୍‌କୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା। ମାନସ ଠିକ୍‌ ସେମିତି ହିଁ କରିଥିଲେ। ଲିଙ୍କ୍‌କୁ ମୋବାଇଲ୍ ନମ୍ବରରେ ଶେୟାର କରି ଦେଇଥିଲେ। ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଆଇଏମ୍‌ପିଏସରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ଲକ୍ଷ ଟଙ୍କା, ଆରଟିଜିଏସରେ ୨ ଲକ୍ଷ ଓ ଏନ୍ଇଏଫଟିରେ ୧ ଲକ୍ଷ ଟଙ୍କା କଟିଥିଲା। ଠକେଇର ଶିକାର ହୋଇଥିବା ମାନସ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜମନତାରାରେ ପହଞ୍ଚିଥିଲା। ଆଉ ଏବେ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories