www.samajalive.in
Sunday, December 14, 2025
19.1 C
Bhubaneswar

ସ୍କୁଟି ଆରୋହୀଙ୍କୁ ଟେକି ଫୋପାଡିଦେଲା ମଇଁଷି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରାସ୍ତାରେ ଅନେକ ଥର ବୁଲା ପଶୁପକ୍ଷୀଙ୍କ ଲଢେଇ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଏମାନେ ନିଜେ ଆହତ ହେବା ସହ ଲୋକଙ୍କର ମଧ୍ୟ କ୍ଷତି କରିଥାନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଚକିତ ହୋଇଯିବେ । ଭିଡିଓରେ ରାସ୍ତାରେ ଥିବା ଜଣେ ସ୍କୁଟି ଆରୋହୀଙ୍କୁ ଏକ ମଇଁଷି ଟେକି ଫୋପାଡି ଦେଉଥିବା ନଜର ଆସୁଛି ।

- Advertisement -

ଭିଡିଓର ଆରମ୍ଭରେ ଏକ ମଇଁଷି ରାସ୍ତା ମଝିରେ ଠିଆ ହୋଇଥିବା ନଜର ଆସୁଛି । ତା ବେକରେ ଏକ ଦଉଡି ବନ୍ଧା ହୋଇଥିବା ନଜର ଆସୁଛି । ଏହା କାହାର ପୋଷା ମଇଁଷି ବୋଲି ଜଣାପଡୁଛି । ଏହି ସମୟରେ ମଇଁଷି ନିକଟରେ ଯାଉଥିବା ଜଣେ ସ୍କୁଟି ଆରୋହୀଙ୍କୁ ମଇଁଷିର କ୍ରୋଧର ଶିକାର ହେବାକୁ ପଡୁଛି । ଭିଡିଓରେ ଆପଣ ଦେଖିପାରିବେ କି କିଭଳି ସ୍କୁଟି ଆରୋହୀଙ୍କୁ ମଇଁଷି ଟେକି ଫୋପାଡି ଦେଉଛି ।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି । ପ୍ରାୟ ୨୦ ସେକେଣ୍ଡର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହାକୁ ସମସ୍ତ ସେୟାର କରିବା ସହ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories