www.samajalive.in
Sunday, December 14, 2025
23.1 C
Bhubaneswar

ନିୟମରାଜାଙ୍କ ପର୍ବ ପାଳିଲେ ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଓ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତରେ ଥିବା ଡଙ୍ଗରିଆ କନ୍ଧମାନଙ୍କ ଦ୍ବାରା ନିୟମରାଜା ପର୍ବ ପାଳନ ହୋଇଯାଇଛି। ରାଜ୍ୟର ବହୁ ଚର୍ଚ୍ଚିତ ନିୟମରାଜାଙ୍କ ନିୟମଗିରି ପାହାଡ଼ ଶିଖରରେ ଥିବା ଅଁଲାଭଟାଠାରେ ଦୀର୍ଘ ବର୍ଷ ଧରି ପୂଜା କରି ଆସୁଛନ୍ତି ଡଙ୍ଗରିଆ କନ୍ଧ। ଜଳ, ଜମି, ଜଙ୍ଗଲ, ଭାଷା, ସଂସ୍କୃତି, ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶ ସୁରକ୍ଷା ନିମନ୍ତେ ନିୟମ ରାଜାଙ୍କୁ ଆରାଧନା କରି ଆସୁଛନ୍ତି। ଏହି ଦୁଇ ଜିଲାର ଲୋକଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଙ୍ଗଠନ, ସମାଜସେବୀ ଏହି ପର୍ବ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥା’ନ୍ତି। ଏହି ପର୍ବ ପ୍ରତିବର୍ଷ ମାଘ ମାସରେ ହୋଇଥାଏ। ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହା ମୁଖ୍ୟ ପର୍ବ ବୋଲି ସମସ୍ତଙ୍କୁ ନିମନ୍ତ୍ରଣ କରିଥା’ନ୍ତି। ନିୟମଗିରି ଆମରଟା, ନେଇସେ କାହାର ବୁଆଟା ବୋଲି ଡଙ୍ଗରିଆମାନେ କହିଛନ୍ତି । ରାୟଗଡ ଓ କଳାହାଣ୍ଡି ଜିଲାର ନିୟମଗିରି ସୁରକ୍ଷା ସମିତିର ସଭାପତି ମାନେ ଏହି ପର୍ବ ଗତ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆଡ଼ମ୍ବରରେ ପାଳନ କରିଥାନ୍ତି।

ନିୟମଗିରିବାସୀ ୨୩ ତାରିଖରେ ନିୟମରାଜାଙ୍କୁ ଆହ୍ବାନ କରାଇ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରି ଯାତ୍ରା ପଡ଼ିଆରେ ଛତ୍ର ସ୍ଥାପନ କରିଥିଲେ। ଡଙ୍ଗରିଆମାନେ ନିୟମଗିରି ପରବ ବା ନିୟମ ରାଜା ପରବ ବୋଲି ଡଙ୍ଗରିଆ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନାଚ ଗୀତର ଆସର ଜମାଇ ପୂଜା ଆଡ଼ମ୍ବରରେ କରିଥାନ୍ତି। ଏଥିରେ ରାୟଗଡ଼ା ଜିଲାର ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଯୁବ ସଭାପତି ଶାମ୍ବ ହୁଈକା, ଡ୍ରିଞ୍ଜୁ ପୁସିକା, ଦଦୀ ସିକକା, କୃଷ୍ଣ ସିକକା, ଦଦୀ ପୁସିକାଙ୍କ ସହ ବହୁ ଡଙ୍ଗରିଆ ଯୁବକ ଯୁବତୀଙ୍କ ସହ କଳାହାଣ୍ଡି ଜିଲା ସୁରକ୍ଷା ସମିତିର ସଦସ୍ୟ, କର୍ମୀ, ସାଧାରଣ ଲୋକ ଉପସ୍ଥିତ ରହିଥିଲେ। ଆସିଥିବା ସମସ୍ତ ଲୋକଙ୍କ ପାଇଁ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories