ଏଥିରେ କଟକ ସହରାଞ୍ଚଳ ପୁଲିସ ଜିଲା ସର୍ବାଗ୍ରେ -ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି

ଭୁବନେଶ୍ୱର, : ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଥିଲାବେଳେ ବିଭିନ୍ନ କାରଣରୁ ଚାଷୀ, ଶ୍ରମିକ, ମହିଳାମାନେ ଆତ୍ମହତ୍ୟା କରୁଛନ୍ତି। ଗତ ୭ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ପୁଲିସ ଜିଲାରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ଘଟିଥିବାବେଳେ ଏଥିରେ କଟକ ସହରାଞ୍ଚଳ ପୁଲିସ ଜିଲା (କମିସନରେଟ ପୁଲିସ) ସର୍ବାଗ୍ରେ ରହିଛି। ବିଧାୟକ େମାହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି େବହେରା ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ତଥ୍ୟ ଅନୁସାରେ ୨୦୧୬ରେ ରାଜ୍ୟରେ ମୋଟ ୩୮୮୪ଜଣ ଆତ୍ମହତ୍ୟା କରିଥିଲାବେଳେ କଟକ ସହରାଞ୍ଚଳ ପୁଲିସ ଜିଲାରେ ସର୍ବାଧିକ ୩୪୯ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁରରେ ଏହି ସଂଖ୍ୟା ୩୩୫ ଥିଲା ବେଳେ ବ୍ରହ୍ମପୁର ଓ ମୟୂରଭଞ୍ଜରେ ୨୫୧ ଥିଲା। ଭୁବନେଶ୍ବର ପୁଲିସ ଜିଲାରେ ଏହି ସଂଖ୍ୟା ୧୬୫ ଥିଲା। ୨୦୧୭ରେ ମୋଟ ୪୧୫୧ଜଣ ଆତ୍ମହତ୍ୟା କରିଥିଲା ବେଳେ କଟକରେ ୪୫୧, ସମ୍ବଲପୁରରେ ୪୧୫, ଭୁବନେଶ୍ବରରେ ଏହି ସଂଖ୍ୟା ୨୮୬ ରହିଥିଲା। ୨୦୧୮ରେ ମୋଟ ୪୪୪୭ଜଣ ଆତ୍ମହତ୍ୟା କରିଥିଲା ବେଳେ କଟକ ସହରାଞ୍ଚଳ ପୁଲିସ ଜିଲାରେ ୪୮୧ ଥିଲା। ସମ୍ବଲପୁରରେ ୪୮୦, ମୟୂରଭଞ୍ଜରେ ୨୮୦, ବ୍ରହ୍ମପୁରରେ ୨୭୯, କେନ୍ଦୁଝରରେ ୨୪୦ ଓ ଭୁବନେଶ୍ବର ପୁଲିସ ଜିଲାରେ ୨୨୪ଜଣ ଆତ୍ମହତ୍ୟା କରିଥିଲେ।

୨୦୧୯ରେ ୪୬୩୬ ଜଣଙ୍କ ମଧ୍ୟରୁ କଟକ ପୁଲିସ ଜିଲାରେ ୫୩୯, ସମ୍ବଲପୁରରେ ୪୬୮ଜଣ ଆତ୍ମହତ୍ୟା କରିଥିଲେ। ଏହି ବର୍ଷ ଭୁବନେଶ୍ବର ପୁଲିସ ଜିଲାରେ ୨୯୦, ବ୍ରହ୍ମପୁରରେ ୨୭୮, ମୟୂରଭଞ୍ଜରେ ୨୪୯, କେନ୍ଦୁଝରରେ ୨୧୧, ବରଗଡରେ ୨୦୩ଜଣ ଆତ୍ମହତ୍ୟା କରିଥିଲେ। ୨୦୨୦ରେ ଏହି ସଂଖ୍ୟା ୫୪୮୨ ଥିଲାବେଳେ କଟକ ସହରାଞ୍ଚଳ ପୁଲିସ ଜିଲାରେ ସର୍ବାଧିକ ୬୩୦ଜଣ ଆତ୍ମହତ୍ୟା କରିଥିଲେ। ସମ୍ବଲପୁରରେ ୫୧୪, ମୟୂରଭଞ୍ଜରେ ୩୪୪, ଭୁବନେଶ୍ବରରେ ୩୧୦, ବ୍ରହ୍ମପୁରରେ ୩୦୮, କେନ୍ଦୁଝରରେ ୨୩୪, ଭଦ୍ରକରେ ୨୧୪ ଓ ବାଲେଶ୍ବରରେ ୨୦୬ଜଣ ଆତ୍ମହତ୍ୟା କରିଥିଲେ। ୨୦୨୧ର ତଥ୍ୟ ଉପଲବ୍ଧ ନ ଥିଲା ବେଳେ ୨୦୨୨ରେ ୫୬୪୯ ଜଣ ଆତ୍ମହତ୍ୟା କରିଥିଲେ। କଟକରେ ଏହି ସଂଖ୍ୟା ସର୍ବାଧିକ ୮୭୫ ଥିଲା ବେଳେ ସମ୍ବଲପୁରରେ ୫୯୦, ବ୍ରହ୍ମପୁରରେ ୩୧୭, ଭୁବନେଶ୍ବରରେ ୨୮୨, ମୟୂରଭଞ୍ଜରେ ୨୮୦, େକନ୍ଦୁଝରରେ ୨୪୭, େକାରାପୁଟରେ ୨୪୬, ଭଦ୍ରକରେ ୨୦୬ଜଣ ଆତ୍ମହତ୍ୟା କରିଛନ୍ତି।

Comments are closed.