www.samajalive.in
Saturday, December 6, 2025
15.1 C
Bhubaneswar

ଭୀଷଣ ବର୍ଷାରେ ଭୁଶୁଡିଲା କାନ୍ଥ: ୮ ମୃତ

ନୂଆଦିଲ୍ଲୀ:  ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ସୀମାଞ୍ଚଳମ ରେ ଭୀଷଣ ବର୍ଷା ଯୋଗୁଁ  ଏକ ଘର ଭୁଷୁଡି ପଡିଛି । ଘରର କାନ୍ଥ ଭୁଷୁଡି ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏନଡିଆରଏଫ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୀମାଞ୍ଚମ ରେ ଆଜି ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଓ ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ସେଠାକୁ ଯାଇଥିଲେ । ହେଲେ ଗତକାଲି ରାତିରେ ଭୀଷଣ ବର୍ଷା ହେବା ଫଳରେ ପାହାଡରୁ ମାଟି ଖସି ଏହି ଦୁର୍ଘଟଣା ଘଟିଚି । ଆହତ ମାନଙ୍କୁ ବିଶାଖାପାଟଣା ର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକ ଙ୍କ ମଧ୍ୟ ରେ ୩ ଜଣ ମହିଳା ରହିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories