ହରଭଙ୍ଗା : ହରଭଙ୍ଗା ଆଞ୍ଚଳିକ ମାଧ୍ୟମିକ କଲେଜର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ଗୁରୁବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କଲେଜ ପକ୍ଷରୁ ଆଜି ଅଧ୍ୟାପକ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅଵସରରେ ଅଧ୍ୟାପକ ସୁଦାମ ପୃଷ୍ଟି ସ୍ଵାଗତ ଭାଷଣଦେବା ସହିତ୩୧ ବର୍ଷର ବିବରଣୀପାଠ କରିଥିଲେ। ଅଧ୍ୟାପକ ମନୋଜ ପ୍ରହରାଜ, ଲଲିତ ମହାପାତ୍ର ଅବସର ଅଧ୍ୟକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖେଳ ଶିକ୍ଷକ କୁଶଧ୍ୱଜ ମହାକୁଡ଼, ଲାଇବ୍ରେରୀଆନ ସୁଶିଲ ମହାକୁଡ଼ଙ୍କ ସମେତ ମାନସ, ପ୍ରଫୁଲ୍ଲ ଅଜିତ, ଅଶୋକ, ଦିଲ୍ଲୀପଙ୍କ ସହିତ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ।କ ଅଶ୍ରୁଳପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀଶର୍ମାଙ୍କୁ ବିଦାୟ ଜଣାଇଥିଲେ। ଶେଷରେ ସୁଶ୍ରୀ ସସ୍ମିତା ଧନ୍ୟବାଦ ପ୍ରଦାନ କରିଥିଲେ। ସେପ୍ଟେମ୍ବର ପହିଲାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଅଧ୍ୟାପକ ହିମାଂଶୁ ଶେଖର ରାଉତ ଦାୟିତ୍ୱ ଗ୍ରହଣ କରିବେ ବୋଲି କଲେଜ ସୂତ୍ରରୁ ପ୍ରକାଶ।



