www.samajalive.in
Monday, December 15, 2025
26.1 C
Bhubaneswar

ଇନ୍‌ଷ୍ଟାରେ ପରସ୍ପରକୁ ଫଲୋ କଲେ ଅନନ୍ୟା-ପାଣ୍ଡ୍ୟା, ଅମ୍ବାନୀ ବାହାଘର ଭିଡିଓ ଭାଇରାଲ ପରେ ଜୋର ଧରିଲା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଅଲଗା ହେବା ନେଇ ଘୋଷଣା କରିଥିଲେ। ବିବାହର ୪ ବର୍ଷ ପରେ ସେମାନେ ନିଜ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ତେବେ ଇତି ମଧ୍ୟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ କ୍ରିକେଟରଙ୍କୁ ଅନନ୍ୟା ପାଣ୍ଡେଙ୍କ ସହ ନାଚୁଥିବା ଦେଖିବାକୁ ମିଳିଥିଲା ଏବଂ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏଥିସହ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରିଛନ୍ତି। ଏହା ଦେଖି ଲୋକେ ଅଭିନେତ୍ରୀଙ୍କୁ ଛାଡ଼ପତ୍ରର କାରଣ କହିବା ଆରମ୍ଭ କରି ଦେଇଛନ୍ତି।

ମୁକେଶ ଓ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହର ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହ ସମାରୋହର ଅନେକ ଭିଡିଓ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ। ଏହି ଖାସ୍‌ ଅବସରରେ ଅନନ୍ୟା ପାଣ୍ଡେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଡାନ୍ସ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦୁହେଁ ପିଲାଙ୍କ ପରି ବେଶ୍‌ ଖୁସିରେ ନାଚରେ ମଜି ଯାଇଥିବା ନଜର ଆସିଛନ୍ତି।

- Advertisement -


ଏହି ଭିଡିଓରେ ହାର୍ଦ୍ଦିକ ଓ ଅନନ୍ୟା ରଣବୀର ସିଂହଙ୍କ ସହ ‘ସିମ୍ବା’ ଚଳଚ୍ଚିତ୍ରର ‘ଆଙ୍ଖ୍‌ ମାରେ’ ଗୀତରେ ନାଚୁଛନ୍ତି। ଏହି କ୍ଲିପ୍‌ରେ ସେମାନଙ୍କ କେମେଷ୍ଟ୍ରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଅନନ୍ୟା ପାଣ୍ଡେ ଓ ହାର୍ଦିକ ପାଣ୍ଡ୍ୟା ପରସ୍ପରକୁ ଇନ୍‌ଷ୍ଟାଗ୍ରାମରେ ଫଲୋ ମଧ୍ୟ ମରିଛନ୍ତି। ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ‘‘ଅନନ୍ୟା ହାର୍ଦିକଙ୍କୁ ପ୍ରଭାବିତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ଲାଗୁଛି ଯେପରି ଏ ସମସ୍ତେ ବାଧ୍ୟରେ ନାଚୁଛନ୍ତି।’’ ସେହିପରି ଆଉ ଜଣେ ଲେଖିଛନ୍ତି, ‘‘ଆମ ଭାଇ ପାଣ୍ଡ୍ୟା, ବଲିଉଡ ଭିତରେ ଏକାକୀ ଫସି ଯାଇଛନ୍ତି।’’

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories