www.samajalive.in
Monday, December 15, 2025
16.1 C
Bhubaneswar

ବାହାଘର ସାରି ଫେରୁଥିବା ବେଳେ ମାଡିଗଲା ଟ୍ରକ୍‍ ୯ ମୃତ

ଅନନ୍ତପୁରମ: ବିବାହ ଯାତ୍ରା ହେଲା ଶେଷ ଯାତ୍ରା । ବାହାଘର ସାରି ଫେରୁଥିବା ବେଳେ କାର୍‍ ଉପରେ ମାଡ଼ିଗଲା ଟ୍ରକ୍‍ । ଫଳରେ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ଓ ୨ଜଣ ଶିଶୁ ରହିଥିବା ବେଳେ, କାର୍‍ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ମୁତାବକ ବିଜେପିର ରାଜ୍ୟ ନିର୍ବାହୀ କମିଟି ସଦସ୍ୟ କୋରା ଭେଙ୍କଟପ୍ପାଙ୍କ ଝିଅଙ୍କ ଗତକାଲି ବିବାହ ଥିଲା । ବାହାଘରରେ ସାମିଲ ହେବାକୁ ସମସ୍ତେ ଗୋଟିଏ କାରରେ ଯାଇଥିଲେ । ବାହାଘର ସରିବା ପରେ ଅନନ୍ତପୁରୁ ଫେରିବା ବେଳେ ଏକ ଟ୍ରକ୍‍ ସେମାନଙ୍କ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ସମସ୍ତେ ପ୍ରାଣ ହରାଇଛନ୍ତି । ଏନେଇ ପେଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ ମୃତକ ମାନେ ହେଲେ ନିମ୍ମାଗାଲ୍ଲୁ ଅଞ୍ଚଳ । ମୃତକଙ୍କ ମଧ୍ୟରେ ଭେଙ୍କଟପ୍ପା ମଧ୍ୟ ରହିଥିବା ସୂଚନା ଦେଇଛି ପୋଲିସ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories