www.samajalive.in
Sunday, December 7, 2025
26.1 C
Bhubaneswar

୩ ହଜାର କୋଟି ଟଙ୍କାର ବିବାହର ସାକ୍ଷୀ ରହିବ ସାରା ବିଶ୍ଵ, ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବାହାଘରର ଭବ୍ୟ ଆୟୋଜନ ବିଷୟରେ..

ସମାଜ ଡିଜିଟାଲ ଡେସ୍କ: ଭାରତର ସବୁଠୁ ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ କିଛି ଘଣ୍ଟା ମଧ୍ୟରେ ବିବାହର ପବିତ୍ର ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସାତ ଫେରା ନେବା ପୂର୍ବରୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାଇଁ ଏକ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା, ଯେଉଁଥିରେ ବଲିଉଡର ଅନେକ ବଡ଼ ତାରକା ମଧ୍ୟ ସାମିଲ ହୋଇଥିଲେ। ଅନନ୍ତ-ରାଧିକାଙ୍କ ବିବାହକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା। ସୂଚନା ମୁତାବକ, ଏହା ଦୁନିଆର ସବୁଠୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ। ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଇତି ମଧ୍ୟରେ ଏହି ଭବ୍ୟ ବିବାହ ଖର୍ଚ୍ଚ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା କୁହାଯାଇଛି –

- Advertisement -

ଅମ୍ବାନୀ ପରିବାର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବର ମୋଟ୍‌ ଖର୍ଚ୍ଚ ପ୍ରାୟ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଦ୍ଵିତୀୟ ପ୍ରାକ୍‌ ବିବାହ ଉତ୍ସବରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ଯଦି ଆମେ ବିବାହ ଏବଂ ପରବର୍ତ୍ତୀ ତିନି ଦିନିଆ ଉତ୍ସବ ବିଷୟରେ କହିବା, ତେବେ ଅମ୍ବାନୀ ପରିବାର ଅନନ୍ତଙ୍କ ବିବାହରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପ୍ରଥମ ପ୍ରାକ୍ ବିବାହ ଉତ୍ସବରେ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମାର୍ଚ୍ଚ୧ରୁ ୩ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଜାମନଗରରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ତାରକାମାନେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ପ୍ରଦର୍ଶନ ସହ ପାର୍ଟିରେ ଚାର୍‌ ଚାନ୍ଦ ଲଗାଇଥିଲେ। ଏ ସୂଚନା ମଧ୍ୟ ରହିଛି ଯେ, ସମାରୋହ ସମୟରେ ଜାମନଗରରେ ପ୍ରାୟ ୩୫୦ରୁ ଅଧିକ ବିମାନ ଯିବା ଆସିବା କରିଥିଲା। କେବଳ ଏତିକି ନୁହେଁ, ଅତିଥିମାନଙ୍କ ଯାତ୍ରା ପାଇଁ ଖର୍ଚ୍ଚ ମଧ୍ୟ ଅମ୍ବାନୀ ପରିବାର ବହନ କରିଥିଲେ।

ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରାକ୍‌ ବିବାହ ସମାରୋହ ଇଟାଲୀରେ ଆୟୋଜିତ ହୋଇଥିଲା। ପାର୍ଟି କ୍ରୁଜ୍‌(ବିଳାସପୂର୍ଣ୍ଣ ଜାହାଜ)ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ମନୋରଞ୍ଜନ ଏବଂ ବ୍ୟବସାୟ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ। ଅମ୍ବାନୀ ପରିବାର ତାଙ୍କ ଅତିଥିମାନଙ୍କ ପାଇଁ ୧୦ଟି ଚାର୍ଟର୍ ଫ୍ଲାଇଟ୍ ବୁକ୍ କରିଥିଲେ। ଏଥିସହ ସେମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୧୨ଟି ଘରୋଇ ବିମାନର ବ୍ୟବସ୍ଥା କରାଯାଇଥିଲା। ୧୫୦ରୁ ଅଧିକ ବିଳାସପୂର୍ଣ୍ଣ ଗାଡ଼ିରେ ଅତିଥିମାନେ ଯିବା ଆସିବା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଇଟାଲୀରେ ଆୟୋଜିତ ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଏହିଭଳି ଅନନ୍ତ ଓ ରାଧିକାଙ୍କ ପ୍ରାକ୍‌ ବିବାହ ଉତ୍ସବରେ ପ୍ରାୟ ଦେଢ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ସୂଚନା ଅନୁସାରେ, ଅମ୍ବାନୀ ପରିବାରର ସାନ ପୁଅଙ୍କ ବାହାଘରରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେଣୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହର ମୋଟ ବଜେଟ୍ ପ୍ରାୟ ସାଢେ ୩ ହଜାର କୋଟି ଟଙ୍କା ହେବ। ଏହିପରି ଭାବେ ଏହା କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories