ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ଏନ୍ଏସିରେ ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗରଙ୍କ ସଭାପତିତ୍ବରେ ବଡ଼ାଖାନା ଓ ସ୍ଵଚ୍ଛ ଚର୍ଚ୍ଚା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ କୃତିବାସ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋର୍ଯ୍ୟ ରଞ୍ଜନ ମିଶ୍ର, ଏନ୍ଏସି ର ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, କାଉନସିଲର ରଘୁନାଥ ବାରିକ୍, ବିଧାୟିକା ପ୍ରତିନିଧି ଟଙ୍କ ଦାଶ ମଞ୍ଚାସୀନ ଥିଲେ। ନୋଡାଲ ଅଧିକାରୀ ଦୁର୍ୟ୍ୟୋଧନ ସାହୁ ସଭା ପରିଚାଳନା କରିଥିଲେ। ଏହି ସଭାରେ ଏନ୍ଏସିର ସ୍ବଚ୍ଛତା ସମୀକ୍ଷା କରାଯିବା ସହ ପରବର୍ତ୍ତୀ ସମୟ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଅଞ୍ଚଳର ସ୍ବଚ୍ଛତା କ୍ଷେତ୍ରରେ ବିଭିନ୍ନ ବର୍ଗରେ କାମ କରୁଥିବା ୬୮ଜଣଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ସମସ୍ତଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟ ରହିବା ଏକାନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅଧ୍ୟକ୍ଷା କହିଥିଲେ। ଏହି ଚର୍ଚ୍ଚାରେ ସନ୍ତୋଷିନୀ ମକ୍ୱାନା, ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ବନମାଳୀ ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ।
ସହରାଞ୍ଚଳର ସ୍ବଚ୍ଛତା ପାଳନର ଖସଡ଼ା ପ୍ରସ୍ତୁତି ପାଇଁ ଏକ ଅବକାଶ…ଏନ୍ଏସି ର ବଡାଖାନା ଓ ସ୍ୱଚ୍ଛ ଚର୍ଚ୍ଚା ଦିବସ
Popular Categories



