www.samajalive.in
Saturday, December 6, 2025
14.1 C
Bhubaneswar

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ଅମୂଲ୍ୟାଙ୍କ ଘରକୁ ପଥର ମାଡ଼, ଭଙ୍ଗାରୁଜା

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ଅମୂଲ୍ୟା ଲିୟୋନାଙ୍କ ଘର ଭଙ୍ଗାରୁଜା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏକାଧିକ ଅଜ୍ଞାତ ବ୍ୟକ୍ତି ଅମୂଲ୍ୟାଙ୍କ ଚିକ୍କାମାଗାଲୁର ଜିଲା ଅନ୍ତର୍ଗତ ଶିବପୁରାରେ ଥିବା ଘରକୁ ପଥର ମାଡ଼ କରିବା ସହିତ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

ସ୍ଥାନୀୟ କୋପ୍ପା ପୁଲିସ ସୂଚନା ଅନୁସା​‌ରେ, ଗୋଟିଏ ଗୋଷ୍ଠୀର ଲୋକ ଏହି କାଣ୍ଡ ଘଟାଇଛନ୍ତି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି।

- Advertisement -

ତେବେ କିଛି ହିନ୍ଦୁବାଦୀ ସଂଗଠନର ଲୋକମାନେ ପଥର ମାଡ଼ କରିଥିବା ସନ୍ଦେହ କରାଯାଉଛି। ଘର ଭଙ୍ଗାରୁଜା କରିବା ପରେ ଦୁର୍ବୃତ୍ତମାନେ ତାହାର ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେମାନେ ଏବେ ଫେରାର ରହିଛନ୍ତି। ଏହି ଘଟଣା ପରେ ଅମୂଲ୍ୟାଙ୍କ ପରିବାର ଲୋକଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ ଅମୂଲ୍ୟାଙ୍କ ବାପା ଓସଭଲାଡ୍‌ ନାରୋହ୍ନା ନିଜ ଝିଅର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି କି ସେ ନିଜ ଝିଅକୁ ଆଇନଗତ ସହାୟତା କରିବେ ନାହିଁ ବୋଲଇ କହିଛନ୍ତି। ତା’କୁ କିଛି ଦିନ ଜେଲ୍‌ରେ ରହିବାକୁ ଦିଆଯାଉ ବୋଲି ନାରୋହ୍ନା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories