ପୀଡିତାମାନଙ୍କ ପାଇଁ ଟିକେ ଲୁହ ଝରାଇବା ପାଇଁ ଅମୁଲ ଗର୍ଲର ନୂଆ ସନ୍ଦେଶ ,‘ ଜରା ଆଖୋ ମେଁ ଭର ଲୋ ପାନି’

0

ନୂଆଦିଲ୍ଲୀ:  ବିଭିନ୍ନ ସମୟରେ ଦେଶର ବିଭିନ୍ନ ବିଷୟକୁ ନେଇ ଅମୁଲ ବିଜ୍ଞାପନ ଚେହେରା ଅମୁଲ ଗର୍ଲର ବିଭିନ୍ନ କାର୍ଟୁନ ପ୍ରକାଶ ପାଇଥାଏ । ୧୯୬୭ ମସିହାରୁ ଏହା ଅମୁଲର ବିଭିନ୍ନ ବିଜ୍ଞାପନରେ ଦେଖଇବାକୁ ମିଳିଛି ଷ ୧୯୭୬ ମସିହା ଜରୁରୀ କାଳୀନ ପରିସ୍ଥିତିରେ ବି ଏହା ଦେଶର ବିଭିନ୍ନ ସମସ୍ୟାକୁ ପ୍ରଦର୍ଶୀତ କରିଥିଲା ।  ଅମୁଲ ଗର୍ଲକୁ  ଏଉଷ୍ଟାନ୍ସ ଫର୍ଣ୍ଣାଡିଜ୍‌ ତିଆରି କରିଥିଲେ ।ଏହା ସେହି ସମୟରେ ମୁମ୍ବାଇର ବସ୍‌ ପ୍ୟାନେଲ  ଓ ବିଭିନ୍ନ ପୋଷ୍ଟରରେ ଦେଖଇବାକୁ ମିଳୁଥିଲା । ପରେ ଖବର କାଗଜ ବିଜ୍ଞାପନରେ ଦେଖିବାକୁ ମିଳିଲା ଓ ଟିଭିରେ ବି ଏହା ଦେଖିବାକୁ ମିଳିଥିଲା । ଏବେ ସୋସିଆଲ୍‌ ମିଡିଆରେ ଅମୁଲ ଗର୍ଲ ବେଶ୍‌ ପ୍ରସିଦ୍ଧ ।

ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଖବର ପରେ ଏବେ ଅମୁଲ ଗର୍ଲର ନୂଆ ରୂପରେ ଦେଖିବାକୁ ମିଳିଛି । ଏହି ପୀଡିତାମାନଙ୍କ ପାଇଁ ଟିକେ ଲୁହ ଝରାଇବାକୁ  , ‘ଜରା ଆଖ ମେଁ ଭର ଲୋ ପାନି’ ଲେଖା ହୋଇ ନୂଆ ବିଜ୍ଞାପନ ଆସିଛି ।

Leave A Reply