www.samajalive.in
Sunday, December 14, 2025
17.1 C
Bhubaneswar

ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ ଅମିୟ

କଟକ : ଜାତୀୟ ରେକର୍ଡଧାରୀ ଅନ୍ତର୍ଜାତୀୟ ଓଡ଼ିଆ ଧାବକ ଅମିୟ ମଲ୍ଲିକ ୨୦୨୧ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି। କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସ ଏକବର୍ଷ ଘୁଞ୍ଚିବା ପରେ ଅମିୟ ଯୋଗ୍ୟତା ହାସଲ ନେଇ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦେଶରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ଅମିୟ ସମୟକୁ ଅପଚୟ ନକରି ଅଭ୍ୟାସକୁ ଓହ୍ଲାଇଛନ୍ତି।

କଳିଙ୍ଗ ଷ୍ଟାଡ଼ିୟମ ଆଥ୍‍ଲେଟିକ୍‍ ଟ୍ରାକ୍‍ରେ ଅଭ୍ୟାସ କରୁଥିବା ଅମିୟ ରିଲାଏନ୍ସ ଆଥ୍‍ଲେଟିକ୍‍ ଫାଉଣ୍ଡେସନ ପ୍ରଶିକ୍ଷକ ଜେମ୍ସଙ୍କଠାରୁ ଟ୍ରାକ୍‍ ପ୍ରଶିକ୍ଷଣ ହାସଲ କରୁଛନ୍ତି। ବିଦେଶୀ ପ୍ରଶିକ୍ଷକ ଜେମ୍ସ ରିଲାଏନ୍ସ ଆଥ୍‍ଲେଟିକ୍‍ ଏକାଡ଼େମୀ ପିଲାଙ୍କ ସମେତ ଅମିୟଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇପର୍ଫମାନ୍ସ କେନ୍ଦ୍ରରେ ନିଯୁକ୍ତ ଫିଟ୍‍ନେସ ବିଶେଷଜ୍ଞ କର୍ଣ୍ଣେଲ ରାଜେଶ ସିଂହ, ଟ୍ରେନର ଆଶିଷ ପ୍ରଧାନ ଓ ଫିଜିଓଥେରାପିଷ୍ଟ ଡ. ଶୋଭେନ କୁମାରଙ୍କଠାରୁ ଶାରୀରିକ ଫିଟ୍‍ନେସ ନେଇ ଜିମ୍‍ ଓ ଷ୍ଟ୍ରେଙ୍ଗଥ୍‍ ଉପରେ ପ୍ରଶିକ୍ଷଣ ହାସଲ କରୁଛନ୍ତି। ଅମିୟ କୁହନ୍ତି, ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ୧୦୦ମିଟରରେ ୧୦.୫ ସେକେଣ୍ଡ ଓ ୨୦୦ମିଟରରେ ୨୦.୨୮ ସେକେଣ୍ଡ ରହିଛି।

- Advertisement -

ବ୍ୟକ୍ତିଗତ ଭାବେ ୧୦୦ମିଟରରେ ୧୦.୨୬ ଓ ୨୦୦ମିଟରରେ ୨୧.୦୬ ସେକେଣ୍ଡ ଟାଇମିଂ ରହିଛି। ଅଲିମ୍ପିକ୍ସ ଟାଇମିଂ ହାସଲ କରିବା ନେଇ ଗୁରୁତ୍ୱ ଦେଉଛି। ଟ୍ରାକ୍‍ରେ ଜେମ୍ସ ଓ ଫିଜିକାଲ ଫିଟ୍‍ନେସ ନେଇ ରାଜେଶ ସିଂହଙ୍କ ନେତୃତ୍ୱାଧୀନ ଟିମ୍‍ ନିକଟରୁ ପ୍ରଶିକ୍ଷଣ ହାସଲ କରୁଛି। ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ପକ୍ଷରୁ ୨୦୨୦ ଡିସେମ୍ବର ୩୧ରୁ ୨୦୨୧ ଜୁନ୍‍ ୨୯ ତାରିଖ ମଧ୍ୟରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ସମୟ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ପୂର୍ବରୁ ନିଜକୁ ପ୍ରସ୍ତୁତି କରିବା ନେଇ ଏବେଠାରୁ ଗୁରୁତ୍ୱ ଦେଉଛି। ଅଲିମ୍ପିକ୍ସ ଯୋଗ୍ୟତା ନେଇ ପ୍ରଥମ ଲକ୍ଷ୍ୟ ରହିଛି ବୋଲି ଅମୀୟ କହିଛନ୍ତି। ଅନ୍ତର୍ଜାତୀୟ ଧାବକ ଅମୀୟ ୧୦୦ମିଟର ପୁରୁଷ ବିଭାଗ ଦୌଡ଼କୁ ୧୦.୨୬ ସେକେଣ୍ଡରେ ଅତିକ୍ରମ କରିଥିଲେ। ଉକ୍ତ ଜାତୀୟ ରେକର୍ଡ ଏବେ ମଧ୍ୟ ଅତୁଟ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories