www.samajalive.in
Saturday, December 6, 2025
15.1 C
Bhubaneswar

ସଫେଇ କର୍ମଚାରୀଙ୍କୁ ମେସିନ୍‍ ଉପହାର ଦେଲେ ଅମିତାଭ୍‍

ମୁମ୍ବଇ : ବଲିଉଡ଼ର ଶହଂଶାହ ଅମିତାଭ ବଚ୍ଚନ ପୁଣିଥରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି। ଏଥର ସେ ସଫେଇ କର୍ମଚାରୀଙ୍କୁ ଉପହାର ସ୍ୱରୂପ ୨୫ଟି ମେସିନ୍‍ ପ୍ରଦାନ କରିଛନ୍ତି। ବିଗ୍‍ ବି ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଛନ୍ତି।

ଅମିତାଭ ଟ୍ୱିଟ୍‍ କରିଛନ୍ତି ଯେ, “ହେବ ସ୍ୱଚ୍ଛ ଭାରତ। ହାତରେ ଆବର୍ଜନା ସଫା କରୁଥିବା କର୍ମଚାରୀଙ୍କ ଅସ୍ୱାସ୍ଥ୍ୟକର କାର୍ଯ୍ୟପ୍ରଣାଳୀକୁ ଅନୁଧ୍ୟାନ କରି ମୁଁ ସେମାନଙ୍କ ପାଇଁ ୫୦ଟି ମେସିନ୍‍ କିଣିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲି। ଆଜି ମୁଁ ସେହି ପ୍ରତିଶ୍ରୁତିକୁ ପୁରା କରିଛି। ସଫେଇ କର୍ମଚାରୀଙ୍କୁ ୨୫ଟି ଛୋଟ ଭିନ୍ନ ଭିନ୍ନ ମେସିନ୍‍ ଓ ବିଏମସିକୁ ଏକ ବଡ଼ ମେସିନ୍‍ ଉପହାର ସ୍ୱରୂପ ପ୍ରଦାନ କରିଛି”।

- Advertisement -

ସାମାଜିକ ଗଣମାଧ୍ୟମରେ ଶେୟାର କରିଥିବା ଫଟୋଗୁଡ଼ିକରେ ଅମିତାଭଙ୍କୁ ବିଏମସି ସଦସ୍ୟମାନଙ୍କ ସହ ଦେଖିବାକୁ ମିଳିଛି। ଏଥିସହିତ କିଛି ମେସିନ୍‍ ସହିତ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ବିଗ୍‍ ବିଙ୍କ ଏହି ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ମାନେ ତାଙ୍କର ଖୁବ୍‍ ପ୍ରଶଂସା କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଅମିତାଭ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଚାଷୀମାନଙ୍କ ଋଣ ସୁଝି ତାଙ୍କ ବିଶାଳ ହୃଦୟର ପରିଚୟ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories