ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କ ଭାରୀ ବସ୍ତାନିରୁ ଖୁବ୍ ଶୀଘ୍ର ମୁକ୍ତି ମିଳିବାକୁ ଯାଉଛି। ମାନବ ସଂସାଧନ ମନ୍ତ୍ରଣାଳୟ ପକ୍ଷରୁ ଏଥି ନିମନ୍ତେ ପଦକ୍ଷେପ ନିଆଯାଇଛି। ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବସ୍ତାନିର ଓଜନ ନିର୍ଦ୍ଧାରଣ କରିଛି ସରକାର। ଏଭଳି ପଦକ୍ଷେପ ଦ୍ୱାରା ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ। ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଘରେ କରିବାକୁ ଦିଆଯାଉ ଥିବା ହୋମୱାର୍କର ମାତ୍ରାକୁ ନେଇ ମଧ୍ୟ ନିୟମ କରାଯାଇଛି।
ଓଜନିଆ ବସ୍ତାନି ସ୍କୁଲ ପିଲାଙ୍କ ଅଣ୍ଟା ଓ କାନ୍ଧ ଉପରେ ଚାପ ପଡ଼ୁଥିଲା। ଏହି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧କିଲୋରୁ ୧.୫କିଲୋ ମଧ୍ୟରେ ସୀମିତ ରହିବ। ତୃତୀୟରୁ ୫ମ ଶ୍ରେଣୀ ମଧ୍ୟରେ ୨ରୁ ୩କିଲୋ ଓଜନରେ ସୀମିତ ରହିବ ବସ୍ତାନି। ୬ଷ୍ଠରୁ ୭ମ ଶ୍ରେଣୀ ମଧ୍ୟରେ ୪କିଲୋ, ୮ମରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବସ୍ତାନି ୪.୫କିଲୋରେ ସୀମିତ ରହିବ ଓ ୧୦ମ ଶ୍ରେଶୀରେ ଏହା ସର୍ବାଧିକ ୫କିଲୋ ମଧ୍ୟରେ ସୀମିତ ରଖିବାକୁ ସରକାର ନିୟମ କରିଛନ୍ତିି। ଏ ସମ୍ପର୍କରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ନିର୍ଦେଶ ପ୍ରେରଣ କରିଛନ୍ତି।
ହାଲୁକା ହେବ ବସ୍ତାନି
Popular Categories



