www.samajalive.in
Friday, December 5, 2025
26.1 C
Bhubaneswar

ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସୁଲଭ ମୂଲ୍ୟରେ ସୁସ୍ଥ ଓ ସଅଳ ଯାତ୍ରା ପାଇଁ ରାଜ୍ୟ ସରକାର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏୟାରପୋର୍ଟ ଛକ ନିକଟରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପ୍ରାୟ ୨ ହଜାର ସାଇକେଲ ରାଜଧାନୀ ରାଜପଥରେ ଗଡିଥିଲା । ଏହି ସବୁ ସାଇକେଲରେ ଜିପିଏସ, ଜିପିଆରଏସ ଏବଂ ବ୍ଲୁଟୁଥ୍ ର ବ୍ୟବସ୍ଥା ରହିଛି । ଫଳରେ ସାଇକେଲର ଗତିବିଧିକୁ ସହଜରେ ଠାବ କରାଯାଇ ପାରିବ । ଏହା ସହ ସାଇକେଲର ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଯାତ୍ରୀଙ୍କୁ ତୁରନ୍ତ ସୂଚନା ମିଳିବ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଥମେ ‘ମୋ ସାଇକେଲ’ ଆପ୍ ଇନଷ୍ଟଲ କରି ନାମ ପଞ୍ଜିକୃତ କରିବାକୁ ପଡିବ । ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଅଧଘଣ୍ଟା ପାଇଁ ମାଗଣାରେ ସାଇକେଲ ମିଳିବ ଏବଂ ପରେ ୩୦ ମିନିଟକୁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡ଼ିବ । ରାଜଧାନୀର ବିଭିନ୍ନ ସ୍ଥାନରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କୁ ସାଇକେଲ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories