www.samajalive.in
Saturday, December 6, 2025
14.1 C
Bhubaneswar

‘କଳ୍କି-୨୮୯୮ ଏଡି’ର ଟ୍ରେଲର ରିଲିଜ ପରେ ରାଗିଗଲେ ଅମିତାଭ

ମୁମ୍ବଇ: ରିଲିଜ ହୋଇସାରିଛି ‘କଳ୍କି ୨୮୯୮ ଏଡି’ର ଟ୍ରେଲର। ବିଗ୍‌‌ ବି ଅମିତାଭ ବଚନ, ପ୍ରଭାସ, ଦୀପିକା ପାଦୁକୋନ୍‌‌, ଦିଶା ପଟାନୀ ଦ୍ୱାରା ଅଭିନୀତ କଳ୍କି ୨୮୯୮ ଏଡି’। ଏଥିରେ ଅମିତାଭଙ୍କୁ ଆକ୍ସନ ଅବତାରରେ ଦେଖି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ହେଲେ ଟ୍ରେଲର ଲଞ୍ଚ ହେବା ବେଳେ ଅମିତାଭ ବହୁତ ବିରକ୍ତି ପ୍ରକାଶ କରିଛନ୍ତି। କାରଣ ତାଙ୍କ ମୋବାଇଲରେ ହିନ୍ଦୀ କି ଇଂରାଜି କିଛି ଟାଇପ୍‌‌ ହେଉନଥିଲା। ବିରକ୍ତି ପ୍ରକାଶ କରିବା ସହ ଏକ ବ୍ଲଗ୍‌‌ରେ ଅମିତାଭ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ଲେଖିଛନ୍ତି ‘ମୋ ଫୋନକୁ ଠିକ୍‌‌ କରିବା ପାଇଁ ମୁଁ ଚେଷ୍ଟା କରୁଛି’ ଏବଂ ଏହା ପୂର୍ବରୁ ହଠାତ୍‌‌ ବଦଳି ଯାଇଥିଲା। ସମସ୍ତଙ୍କଠାରୁ ସାହାଯ୍ୟ ନେବାକୁ ଚେଷ୍ଟା ମଧ୍ୟ କରିବା ପରେ ଅସଫଳ ହୋଇଥିଲି। ବହୁତ ନୈରାଶଜନକ। ଇଂରାଜୀ ଓ ହିନ୍ଦୀ ଟାଇପ୍‌‌ କରିବାକୁ ଚାହୁଁଥିଲି ହେଲେ ଫୋନ୍‌‌ ବିଲକୁଲ କାମ କରିନଥିଲା। ଅନେକ ସମୟ ଧରି ଲିଙ୍କ୍‌‌ କ୍ଲିକ୍‌‌ କରିବା ପରେ ମଧ୍ୟ ତାହା କାର୍ଯ୍ୟ କରିନଥିଲା। ବର୍ତ୍ତମାନ ମୁଁ ମୋ ଫୋନ୍‌‌ ଝରକାରୁ ବାହାରକୁ ଫିଙ୍ଗିବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ନା ନା ନା ଏପରି ଭାଗ୍ୟ ନାହିଁ, କେବଳ ମୋର କ୍ରୋଧକୁ ବାହାର କରିଛି।
ଅମିତାଭଙ୍କ ଏହି ପୋଷ୍ଟରୁ ଜଣାପଡିଛି ଯେ ‘କଳ୍କି ୨୮୯୮ ଏଡି’ର ଟ୍ରେଲର ରିଲିଜ ହେବା ପରେ ସେ ଏହାକୁ ନିଜ ଫୋନରେ ଦେଖିବାକୁ ଚାହୁଁଥିଲେ। ହେଲେ ସେହି ସମୟରେ ତାଙ୍କ ଫୋନଟି କାମ କରିନଥିଲା। ଫଳରେ ବିରକ୍ତି ପ୍ରକାଶ କରିଥିଲେ ବିଗ୍‌‌ ବି ଅମିତାଭ ବଚ୍ଚନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories