www.samajalive.in
Saturday, December 6, 2025
26.1 C
Bhubaneswar

ଶବଦାହ ବେଳେ ଅଘଟଣ; ମହୁମାଛି ଆକ୍ରମଣରେ ଏକାଧିକ ଆହତ, ୨ ଗୁରୁତର

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତ ସଦର ମହକୁମା ଗ୍ରାମ ଶ୍ମଶାନରେ ମଙ୍ଗଳବାର ସକାଳ ୮ ଘଣ୍ଟିକା ସମୟରେ ଅଘଟଣ ଘଟିଛି। ସୋମବାର ସନ୍ଧ୍ୟାରେ ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ଡିମିରି ଦୋରାଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ଶବଦାହ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଉପସ୍ଥିତ ଗ୍ରାମବାସୀ ଓ ପରିଜନଙ୍କ ମଧ୍ୟରୁ ଏକାଧିକ ଆହତ ହୋଇଥିଲେ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁଇ ଗୁରୁତର ବଲ୍ଲଭ ପାଙ୍ଗି (୬୪) ଓ ସୀତାରାମ ଆର୍ଲାବ (୬୨)ଙ୍କୁ ଚିକିତ୍ସା ନିମନ୍ତେ ନନ୍ଦପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା।
ସୂଚନା ମୁତାବକ ଗ୍ରାମ ଶ୍ମଶାନରେ ଚିତାରେ ଅଗ୍ନି ସଂଯୋଗ କରିବା ମାତ୍ରେ ଆମ୍ବ ଗଛରେ ଥିବା ବଣୁଆ ମହୁମାଛି ଉପସ୍ଥିତ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଲୋକେ ଇତସ୍ତତଃ ହୋଇ ଶ୍ମଶାନରୁ ପଳାୟନ କରିଥିଲେ। କିନ୍ତୁ ଘଟଣାସ୍ଥଳରେ ଥିବା ଏକାଧିକ ବୃଦ୍ଧ ମହୁମାଛି କାମୁଡାର ଶିକାର ହୋଇ ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ଶତାଧିକ ମହୁମାଛି କାମୁଡି ଥିବାର ଜଣାପଡ଼ିଛି। ପାନ୍ଥଲୁଙ୍ଗ ଗ୍ରାମ ଶ୍ମଶାନର ୫୦୦ ମିଟର ପରିଧିରେ ବର୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି। ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଗୁରୁତରଙ୍କ ଚିକିତ୍ସା କରାଯାଉଛି। ଦୁହିଁଙ୍କ ଅବସ୍ଥା ଚିକିତ୍ସା ପରେ ସ୍ଥିର ଥିବା ଉପସ୍ଥିତ ଡାକ୍ତର ଅମିତ୍ ସାହୁ ସୂଚନା ଦେଇଛନ୍ତି।

ଝାଡାବାନ୍ତିରେ ୪୦ ଆକ୍ରାନ୍ତ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories