ପାଟନା : ବିହାରର ବେଗୁସରାଇ ଲୋକସଭା ଆସନରୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ନିର୍ବାଚନ ଲଢିବେ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ପଷ୍ଟ କରିଛନ୍ତି। କୁହାଯାଉଥିଲା ଯେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଗିରିରାଜ ଇଚ୍ଛୁକ ନାହାନ୍ତି। ତେବେ ବୁଧବାର ଅମିତ ଶାହା ଟ୍ୱିଟ୍ କରିଛନ୍ତି ଯେ ବେଗୁସରାଇରୁ ଗିରିରାଜ ସିଂହ ନିର୍ବାଚନ ଲଢିବେ। ତାଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛୁ ଓ ଦଳ ଏହାର ସମାଧାନ ବାହାର କରିବ। ନିର୍ବାଚନ ପାଇଁ ତାଙ୍କୁ ଶୁଭକାମନା।
୨୦୧୪ରେ ଗିରିରାଜ ସିଂହ ନୱାଦା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଚଳିତ ଥର ମଧ୍ୟ ସେ ନୱାଦାରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ତେବେ ମେଣ୍ଟ ଅନୁସାରେ ଦଳ ଏହି ଆସନ ଜେଡିୟୁକୁ ଦେଇଛି। ଗିରିରାଜଙ୍କ ବିରୋଧରେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସିପିଆଇରୁ ପ୍ରାର୍ଥୀ ହୋଇଛନ୍ତି।
ବେଗୁସରାଇରୁ ନିର୍ବାଚନ ଲଢିବେ ଗିରିରାଜ : ଅମିତ ଶାହା
Popular Categories



