ଭୁବନେଶ୍ବର : ବିଜୁ ଜନତାଦଳ ପକ୍ଷରୁ ବୁଧବାର ଦିନ ୯ଟି ଲୋକସଭା ଓ କେତେକ ବିଧାନସଭା ଆସନ ପାଇଁ ପ୍ରୀର୍ଥୀ ଘୋଷଣା କରାଯାଇଛି ।
କେନ୍ଦ୍ରାପଡା ଲୋକସଭା ଆସନରୁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଭୁବନେଶ୍ବର ଲୋକସଭା ଆସନରୁ ଅରୂପ ପଟ୍ଟନାୟକ,ସମ୍ବଲପୁରରୁ ଅବସର ପ୍ରାପ୍ତ ଯନ୍ତ୍ରୀ ନଳିନୀକାନ୍ତ ପ୍ରଧାନ, ବାଲେଶ୍ବରରୁ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ସାଂସଦ ପିନାକୀ ମିଶ୍ରଙ୍କୁ ପୁଣି ପୁରୀରୁ ପ୍ରାର୍ଥୀ କରାଯାଇଛି। ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି ।
ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ
କେନ୍ଦ୍ରାପଡା- ଅନୁଭବ ମହାନ୍ତି
ଭୁବନେଶ୍ବର – ଅରୂପ ପଟ୍ଟନାୟକ
ବାଲେଶ୍ବର – ରବୀନ୍ଦ୍ର ଜେନା
ଜଗତସିଂହପୁର – ଡ଼. ରାଜଶ୍ରୀ ମଲ୍ଲିକ
ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ
ଯାଜପୁର- ଶର୍ମିଷ୍ଠା ସେଠୀ
ପୁରୀ- ପିନାକୀ ମିଶ୍ର
ମୟୁରଭଞ୍ଜ – ଡ଼. ଦେବାଶିଷ ମାରାଣ୍ଡି
ଭଦ୍ରକ- ମଞ୍ଜୁଲତା ମଣ୍ଡଳ




