www.samajalive.in
Sunday, December 14, 2025
23.1 C
Bhubaneswar

ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ପୁରସ୍କାର ଓ ସରକାରୀ ଚାକିରି ଘୋଷଣା

ଜାମ୍ମୁ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀର ପୁଲିସ୍‍ ହାଇ ଆଲର୍ଟ ରହିଛି। ଏହାସହ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରୋକିବା ପାଇଁ ପୁଲିସ୍‍ ପକ୍ଷରୁ ଆତଙ୍କବାଦୀଙ୍କ ପୋଷ୍ଟର ପ୍ରକାଶ ପାଇଛି। ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ଏବଂ ଧରିବାରେ ସହଯୋଗ କଲେ ଆର୍ଥିକ ପୁରସ୍କାର ସହ ସରକାରୀ ଚାକିରି ଦେବାକୁ ଘୋଷଣା କରାଯାଇଛି। କିସ୍ତୱାର ପୁଲିସ୍‍ ପକ୍ଷରୁ ସହରର କେତେକ ସ୍ଥାନରେ ଏନେଇ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଆତଙ୍କବାଦୀ ସମ୍ପର୍କରେ ତଥ୍ୟ ଦେଲେ, ଜୀବନ୍ତ କିମ୍ବା ମୃତ ଭାବେ ଆତଙ୍କବାଦୀଙ୍କୁ ଧରିଲେ ଲକ୍ଷାଧିକ ଟଙ୍କାର ପୁରସ୍କାର ଏବଂ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ୭ ଜଣ ଆତଙ୍କବାଦୀଙ୍କ ଫଟୋ ରହିଛି। ସେଥିମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ମହମ୍ମଦ ଅମୀନ ଓରଫ ଜାହାଙ୍ଗିର, ରିୟାହ ଅହମଦ ଓରଫ ହଜାରୀ, ଓସାମାବିନ ଜାଭେଦ ଓରଫ ଓସାମା, ମୁଦ୍ଦସିର ହୁସେନ, ତାଲିବ ହୁସେନ, ଜମାଲଦୀନ ଏବଂ ଜୁନେଦ ଅକ୍ରମର ଫଟୋ ରହିଛି। ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ଦେବା ଲୋକଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କୁହାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories