www.samajalive.in
Saturday, December 6, 2025
14.1 C
Bhubaneswar

ଯୁବକମାନେ ହିଁ ରାଷ୍ଟ୍ର ବିକାଶ ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିପାରିବେ – ଅମିତ ଶାହା

ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟରେ ଶାହା କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଜଣେ ସନ୍ଥ, ମହାନ୍‍ ଚିନ୍ତାନାୟକ ଏବଂ ଜଣେ ଅସାଧାରଣ ବକ୍ତା ଥିଲେ। ସେ କେବଳ ଭାରତରେ ଜାତୀୟତାବାଦ ଭାବନାକୁ ସୁଦୃଢ଼ କରିନଥିଲେ ବରଂ ଭାରତୀୟ ସଂସ୍କୃତିର ମହାନତା ସମ୍ପର୍କରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ।

ସେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ପ୍ରତି ଚିନ୍ତନ, ଭାତୃତ୍ୱବୋଧ ଏବଂ ଆତ୍ମଜାଗୃତି ସମ୍ପର୍କିତ ବିଚାରର ପ୍ରାସଙ୍ଗିକତା ସାଂପ୍ରତିକ ସମୟରେ ମଧ୍ୟ ରହିଛି। ଶାହା କହିଛନ୍ତି ଯୁବକମାନଙ୍କ କ୍ଷମତା ଏବଂ ପରିବର୍ତ୍ତନକାରୀ ଶକ୍ତି ଉପରେ ସ୍ୱାମୀଜୀଙ୍କର ଦୃଢ଼ ଆସ୍ଥା ଥିଲା। ସେ ବିଶ୍ୱାସ କରୁଥିଲେ ଆଗାମୀ ସମୟରେ ଯୁବକ ମାନେ ହିଁ ରାଷ୍ଟ୍ର ବିକାଶ ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିପାରିବେ। ସେ ଆହୁରି କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଏବେ ମଧ୍ୟ ଯୁବକମାନଙ୍କୁ ରାଷ୍ଟ୍ରର ସେବା ଦିଗରେ ପ୍ରେରଣା ଯୋଗାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories