www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଏକ ପ୍ରତିଶ୍ୟାୟ(ଫ୍ଲୁ), ବିପଦରେ ପକାଏ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଲକ୍ଷଣ

ଭୁବନେଶ୍ବର: ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ଅନେକ ବ୍ୟାଧି ସହିତ ପରିଚିତ ହୋଇଥାଉ। ସେଗୁଡ଼ିକ ମଧ୍ୟରେ ଅନେକ ଘାତକ କରାଇଥାଏ। ଆଉ କେତେକ ଘାତକ ହୋଇନଥାଏ। ତେବେ ଘାତକ ହେଉନଥିବା କେତେକ ରୋଗକୁ ଆମେ ଅବହେଳା କଲେ ସେହି ରୋଗ ସବୁ ଆମକୁ ବିପଦରେ ପକାଏ। ଏପରିକି ମୃତ୍ୟୁ ମଧ୍ୟ ଆଣି ଦେଇଥାଏ। ସେହି ସାଧାରଣ ରୋଗଗୁଡ଼ିକ ମଧ୍ୟରୁ କରୋନା ଅନ୍ୟତମ। ଏହି ରୋଗକୁ ସାଧାରଣ କହିବାର କାରଣ ହେଲା ଏହା ପ୍ରତିଶ୍ୟାୟ(ଫ୍ଲୁ) ରୋଗ ଅନ୍ତର୍ଗତ। ପ୍ରତିଶ୍ୟାୟ କିଛି ଦିନ ପାଇଁ ଶରୀରରେ ରୁହେ ଏବଂ ଆପଣଛାଏ ଚାଲିଯାଏ। ଏହା ଛିଙ୍କ ଓ କାଶ ଦ୍ବାରା ବ୍ୟାପିଥାଏ। ତେବେ କରୋନା ଏହି ଶ୍ରେଣୀର ଅନ୍ତର୍ଗତ। ତଥାପି ଏହି ରୋଗରେ କିଛି ଜଟିଳ ଲକ୍ଷଣ ଦେଖାଯାଏ। ଥଣ୍ଡା, କାଶ, ଜ୍ବର ସହିତ ଶ୍ବାସ ପ୍ରଶ୍ବାସରେ କଷ୍ଟ, ତରଳ ଝାଡ଼ା ସହିତ ଅନ୍ୟ କିଛି ଲଣ ଦେଖାଯାଏ। ବିଶେଷ କରି ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଲକ୍ଷଣ ଦେଖାଯାଏ, ଯାହା କରୋନା ଆକ୍ରାନ୍ତଙ୍କୁ ବିପଦରେ ପକାଇଥାଏ ଏବଂ ସେମାନଙ୍କର ଅନେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହେଉଥିବା ଦେଖିବାକୁ ମିଳିଥାଏ। ଏହି ରୋଗ ଆରମ୍ଭ ହେବାକ୍ଷଣି ନିଦାନ କରାଯାଇ କରାଯାଇପାରିଲେ ମୃତ୍ୟୁ ହେବାର ସମ୍ଭାବନା ନଥାଏ। ବର୍ତ୍ତମାନ ସମୟରେ ଏହାର ଅନେକ ଉଦାହରଣ ଦେଖାଯାଏ। ତେଣୁ ସରକାରଙ୍କ ତରଫରୁ ଏଥିପାଇଁ ସଚେତନ କରାଯାଉଛି। ଏହାର ଚିକିତ୍ସା ସୂତ୍ର ହେଲା ଆମକୁ ରୋଗ ପ୍ରତିଶେଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ପ୍ରତିଦିନ ସକାଳେ ଏକ ଚାମଚ ଚବନପ୍ରାସ୍‌ ଖାଆନ୍ତୁ। ଏକକପ୍‌ କ୍ଷୀର କିମ୍ବା ଉଷୁମ ପାଣିରେ ଅଧ ଚାମଚ ହଳଦୀଗୁଣ୍ଡ ମିଶାଇ ପିଅନ୍ତୁ। ସକାଳେ ଅଧଘଣ୍ଟା ଯୋଗ, ଧ୍ୟାନ ଓ ପ୍ରାଣାୟମ କରନ୍ତୁ। ତୁଳସୀ, ଅଶ୍ବଗନ୍ଧା, ଯଷ୍ଟିମଧୁ, ପିପ୍‌ଳୀ ପ୍ରତ୍ୟେକ ୩ ଗ୍ରାମ୍‌ ଲେଖାଏଁ ନେଇ ଉଷୁମ କରି କାଡ଼ା ପ୍ରସ୍ତୁତ କରି ଦିନକୁ ୨ଥର ପିଅନ୍ତୁ। ମାନସିକ ସ୍ବାସ୍ଥ୍ୟ ସ୍ଥିର ରହିବା ପାଇଁ ପ୍ରତିଦିନ ବ୍ରାହ୍ମୀପତ୍ର ରସ ଏକ ଚାମଚ ଲେଖାଏଁ ସକାଳେ ମହୁମିଶାଇ ସେବନ କରନ୍ତୁ। ଏସବୁ ଔଷଧ ମାତ୍ରା ପ୍ରାସ୍ତ ବୟସ୍କଙ୍କ ପାଇଁ। ତେବେ ଔଷଧ ସେବନ ସମୟରେ ଆୟୁର୍ବେଦ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ। ଏହାସହିତ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ଶ୍ରମ ମଧ୍ୟ କରନ୍ତୁ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଏବଂ ଆୟୁଷ ପରାମର୍ଶ କରୋନା ପାଇଁ ଶ୍ରେଷ୍ଠ ଆୟୁଧ ବୋଲି ଭୁବନେଶ୍ବର ସରକାରୀ ଆୟୁର୍ବେଦ ହସ୍‌ପିଟାଲ୍‌ର ଡାକ୍ତର ବାସୁଦେବ ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories