www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀଜୀଉଙ୍କ ଦର୍ଶନ କଲେ ଆମିକସ୍‌ କ୍ୟୁରି, ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ହେବ ବୈଠକ

ପୁରୀ : ଦୁଇ ଦିନିଆ ଓଡିଶା ଗସ୍ତର ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶନିବାର ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ସମେତ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ସେ ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ଓ ପରିମଳ ବ୍ୟବସ୍ଥା ଆଦିକୁ ତନତନ ଯାଞ୍ଚ କରିବା ପରେ ମନ୍ଦିର ପରିସରରେ ଥିବା ପାନୀୟ ଜଳ କେନ୍ଦ୍ରରୁ ପାଣି ପିଇଥିଲେ । ପରେ ସିଂହଦ୍ବାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗକୁ ନେଇ ଆମିକସ୍‌ କ୍ୟୁରି ରଞ୍ଜିତ କୁମାରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ପୁରୀ ଏସ୍‌ପିଙ୍କ ସମେତ ଏହି ବୈଠକରେ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା, ଦର୍ଶନ ବ୍ୟବସ୍ଥା, ସେବାୟତଙ୍କ ଆଚାର ବ୍ୟବହାର ସହିତ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା କରାଯିବ । ସନ୍ଧ୍ୟାରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଆମିକସ୍‌ କ୍ୟୁରି ଭେଟିବାର କାର୍ୟ୍ୟକ୍ରମ ରହିଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories