www.samajalive.in
Monday, December 8, 2025
20.1 C
Bhubaneswar

କାନ ଫୋଡାଇବା ଶରୀର ପାଇଁ ଲାଭଦାୟକ

କାନ ଫୋଡାଇବା ହିନ୍ଦୁ ଧର୍ମର ସଂସ୍କାର ମଧ୍ୟରୁ ଗୋଟିଏ। ଏହା ବର୍ତ୍ତମାନ ଏକ ଫ୍ୟାଶନ ରପେ ପରିଣତ ହୋଇଗଲାଣି। କାନ ଫୋଡାଇବାର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ଏପରି କରିବାର ଅନେକ ଧାର୍ମିକ ମାନ୍ୟତା ରହିଛି। ଏହାଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ବହୁ ଲୋକଙ୍କର ବିଶ୍ବାସ ରହିଛି ଯେ, କାନ ଫୋଡାଇବା ଦ୍ବାରା ଦୁଷ୍ଟ ଆତ୍ମାଙ୍କ ଠାରୁ ନିସ୍ତାର ମିଳିଥାଏ। ପ୍ରାଚୀନ କାଳରେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ କାନ ଫୋଡା ଯାଉଥିଲା। କାନ ଫୋଡାଇବା ଦ୍ବାରା ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ। ପିଲାକୁ ଏକ ବର୍ଷ ହେବା ମଧ୍ୟରେ ତାର କାନ ଫୋଡା ଯାଉଥିଲା।

କୁହାଯାଇଛି ଯେ, କାନ ଫୋଡାଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାଦ୍ବାରା ମସ୍ତିଷ୍କର ବିକାଶ ହୋଇଥାଏ। କାନର ତଳ ଭାଗରେ ଏକ ସ୍ଥାନ ରହିଛି ଯାହାର ସମ୍ବନ୍ଧ ଆମ ମସ୍ତିଷ୍କ ସହ ରହିଛି। ଯେତେବେ​‌ଳେ ସେହି ସ୍ଥାନରେ ଆମେ କାନ ଫୋଡାଇଥାଉ ସେତେବେଳେ ମସ୍ତିଷ୍କର ସେହି ଅଂଶ ଜାଗୃତ ହୋଇଯାଏ। ଏହାଦ୍ବାରା ମସ୍ତିଷ୍କର ଶକ୍ତି ବୃଦ୍ଧି ପାଇଥାଏ।

- Advertisement -

କାନ ଫୋଡାଇବା ଦ୍ବାରା ପକ୍ଷାଘାତ ରୋଗ ହୋଇନଥାଏ। ଏହାସହ କାନକୁ ଭଲ ଭାବେ ଶୁଭିଥାଏ।

କାନ ଫୋଡାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ଯେଉଁ ଠାରେ କାନ ଫୋଡାଯାଇଥାଏ ସେଠାରେ ଏକ କେନ୍ଦ୍ରୀୟ ବିନ୍ଦୁ ରହିଛି। ଏହାର ସମ୍ବନ୍ଧ ଆଖି ସହ ରହିଛି। ତେଣୁ ସେହି କେନ୍ଦ୍ରୀୟ ବିନ୍ଦୁରେ କାନ ଫୋଡାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ଏହାସହ ମାନସିକ ରୋଗ ଠାରୁ ମଧ୍ୟ ମୁକ୍ତି  ମିଳିଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories